ପୂଜା ସାମଗ୍ରୀ ଦୋକାନରୁ ଚୋରୀ । ଆଜବେଷ୍ଟସ ଫାଡ଼ି ଲୁଟି ନେଲେ ଟଙ୍କା । ବୀରମହାରାଜପୁର ଥାନା ରୁ ମାତ୍ର ୫୦ ମିଟର ବ୍ୟବଧାନରେ ଥିବା ତ୍ରିବେଣୀ ଛକ ସ୍ଥିତ ଶିବାନୀ ପୂଜା ଭଣ୍ଡାର ଦୋକାନରୁ ଡ୍ରୟରରେ ଥିବା ପ୍ରାୟ ୯୦ ହଜାର ଟଙ୍କା ଏବଂ ଚିଲର କଏନ ୧୦-୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ । ପୋଲିସର ତଦନ୍ତ ଆରମ୍ଭ। ସୂଚନା ଅନୁସାରେ ସବୁଦିନ ଭଳି ଗତକାଲି ରାତିରେ ଦୋକାନ ମାଲିକ ବିସ୍ବାମିତ୍ର ପଧାନ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ବିଳମ୍ବିତ ରାତ୍ରୀରେ ଜଣେ ଦୃର୍ବୁତ୍ତ ଦୋକାନର ଉପରେ ଥିବା ଆଜବେଷ୍ଟସ ଭାଙ୍ଗି ମୁଖା ପିନ୍ଧି ଦୋକାନ ଭିତରକୁ ପ୍ରବେଶ କରି ଦୋକାନରେ ଥିବା ଡ୍ରୟର ରୁ ପ୍ରାୟ ୯୦ ହଜାର ଟଙ୍କା ନଗଦ ଓ କଏନ ୧୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ତେବେ ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲେ ହେଁ ମୁଖା ଲଗାଇଥିବାରୁ ସ୍ଵଷ୍ଠ ଜଣା ପଡୁ ନାହିଁ । ବୀରମହାରାଜପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।