ରାଜନଗର : କୁମ୍ଭୀର ଆକ୍ରମଣରୁ ନଦୀ କୂଳିଆବାସୀଙ୍କୁ ରକ୍ଷା କରିବା ପାଇଁ ରାଜନଗର ବନଖଣ୍ଡ ତରଫରୁ ନଦୀ ମଧ୍ୟରେ ବୋଟ ଯୋଗେ ମାଇକ ଲଗାଇ କୁମ୍ଭୀର ସଚେତନ ବାର୍ତ୍ତା ପ୍ରେରଣ କରାଯାଇଛି,ଗତକାଲି ପଟ୍ଟାମୁଣ୍ଡାଇ ଓ ରାଜନଗର ନଦୀ ପାଖିଆ ଗ୍ରାମ ଗୁଡ଼ିକରେ ସ୍ଥଳ ପଥରେ ରଥ ଯୋଗେ କୁମ୍ଭୀର ସଚେତନ ବାର୍ତ୍ତା ଦିଆଯାଇଥିବା ବେଳେ ଆଜି ଜଳ ପଥରେ ବୋଟ ମାଧ୍ୟମରେ ମାଇକ ଲଗାଇ ନଦୀ ପାଖିଆ ଗାଁ ଗୁଡିକୁ କୁମ୍ଭୀର ପ୍ରତି ସାବଧାନତା ବାର୍ତ୍ତା ଦିଆଯାଇଛି। ପ୍ରତିବର୍ଷ ଏହି ସମୟରେ କୁମ୍ଭୀର ମାନେ ଅଣ୍ଡାଦାନ କରିଥାନ୍ତି ତେଣୁ ଅଣ୍ଡା ଦାନ ସମୟରେ ସେମାନେ ଅଧିକ ହିଂସ୍ର ହୋଇଥାନ୍ତି ଖାଲି ଏତିକି ନୁହେଁ ଏହି ସମୟରେ ଲଗାତାର ବର୍ଷା ହୁଏ,ବର୍ଷା ଯୋଗୁଁ ନଦୀ ନାଳର ପାଣି ଉଛୁଳା ରହେ ଖାଦ୍ୟ ଅନ୍ଵେଷଣ ପାଇଁ ଭିତରକନିକାକୁ ଲାଗିଥିବା ବିଭିନ୍ନ ନଦୀର ଶାଖା ଦେଇ ନଦୀ ମଧ୍ୟକୁ କୁମ୍ଭୀର ଚାଲି ଆସନ୍ତି ଏବଂ ନଦୀ କୂଳିଆବାସୀ ଙ୍କ ଧନ ଜୀବନ ନଷ୍ଟ କରନ୍ତି,ଗତବର୍ଷ କୁମ୍ଭୀର ପାଟିରେ ଛଅ ଛଅଟି ଜୀବନ ଚାଲି ଯାଇଥିଲା କେଉଁଠି ବାଡି ପୋଖୋରି ଭିତରେ ତ କେଉଁଠି କେନାଲ ଭିତରେ,ଏହିଭଳି କୁମ୍ଭୀର ମାନଙ୍କ ଉପଦ୍ରବ ହେତୁ ଚଳିତ ବର୍ଷ କୁମ୍ଭୀର ପାଟିରେ ନଦୀକୂଳିଆ ବାସୀ ଙ୍କ ଜୀବନ ନଯାଉ ସେଥିଲାଗି ଉଭୟ ସ୍ଥଳ ପଥ ଓ ଜଳ ପଥରେ ରାଜନଗର ବନଖଣ୍ଡ ତରଫରୁ କୁମ୍ଭୀର ସଚେତନତା କାର୍ଯ୍ୟକ୍ରମ ଜାରି ରହିବା ସହିତ ବିଭିନ୍ନ ନଦୀ କୂଳରେ କୁମ୍ଭୀର ସଚେତନ ବୋର୍ଡ ମଧ୍ୟ ଲଗାଯାଇଛି ସେହି ବୋର୍ଡ ରେ ଅଞ୍ଚାଳବାସୀ କଣ କରିବା ଉଚିତ୍ କଣ ନକରିବା ଉଚିତ୍ ତାହା ମଧ୍ୟ ଲେଖା ଯାଇଛି, ଲୋକ ମାନଙ୍କ ହିତ ଦୃଷ୍ଟି ରୁ ଏହି କାର୍ଯ୍ୟକ୍ରମ ଜାରି ରହିବା ନେଇ ରାଜନଗର ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି .