<h3>ଖୁବଶୀଘ୍ର ମହାକାଶରେ ଘଟିବାକୁ ଯାଉଛି ଏକ ମହାଜାଗତିକ ଘଟଣା ।ମହାକାଶରେ ଖୁବଶୀଘ୍ର ଶଳ ତାରାର ବିସ୍ଫୋରଣ ହେବାକୁ ଯାଉଛି । ତେବେ ଗ୍ରହ ନକ୍ଷତ୍ରଙ୍କୁ ନେଇ ଗଠିତ ସୌର ମଣ୍ଡଳରେ ବିଭିନ୍ନସମୟରେ ଅନେକ ମହାଜାଗତିକ ଘଟଣା ଘଟିଥାଏ ।କେତେବେଳେ ଉଲକା ଖସେ ତ ଆଉ କେତେବେଳେ ଗ୍ରହମାନେ ଏକାଠି ହେବା ଭଳି ପୃଥିବୀ ପୃଷ୍ଠରୁ ଦୃଶ୍ୟମାନ ହୋଇଥାଏ ।ଏହାରି ମଧ୍ୟରେ ମହାକାଶରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି ।ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ମୁତାବକ, ଖୁବଶୀଘ୍ର ଏକ ତାରାର ବିସ୍ଫୋରଣ ହେବାକୁ ଯାଉଛି । ଯାହାର ଉଜ୍ଜ୍ୱଳ ଦୃଶ୍ୟ ପୃଥିବୀ ପୃଷ୍ଠରୁ ଦେଖାଯିବ । ସବୁଠୁ ବଡ କଥା ହେଉଛି କି, ଏହି ଚମତ୍କାର ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ ।ଏହି ନକ୍ଷତ୍ରକୁ କୋରୋନାଇ ବୋରିଆଲିସ ବା ଟିସିଆର ବି କୁହାଯାଏ ।ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୩୦୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।ଏହି ନକ୍ଷତ୍ର ଚଳିତ ବର୍ଷ ବିସ୍ଫୋରଣ ହେବାକୁ ଯାଉଛି । ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ, ଏହା ଏପରି ଏକ ଘଟଣା ଯାହା ଦଶନ୍ଧି ମଧ୍ୟରେ ଥରେ ଘଟେ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ କୌଣସି ଦାମୀ ଟେଲିସ୍କୋପର ଆବଶ୍ୟକତା ନାହିଁ । ଏହାକୁ ଖାଲି ଆଖିରେ ଦେଖିବା ସହ ଆଲୋକ ପ୍ରଦୂଷଣ ସହରର ଲୋକେ ମଧ୍ୟ ଏହି ଦୃଶ୍ୟକୁ ଦେଖିପାରିବେ ।ନାସା ବୈଜ୍ଞାନିକମାନେ କହିଛନ୍ତି ଯେ, T Crb ବିଷ୍ଫୋରଣ ସବୁବେଳେ ଘଟେ ନାହିଁ। ପୂର୍ବରୁ ୧୯୬୪ ମସିହାରେ ଏପରି ବିଷ୍ଫୋରଣ ଦେଖିବାକୁ ମିଳିଥିଲା। ଏହାର ଅର୍ଥ ହେଉଛି ଏହି ପ୍ରକାର ବିଷ୍ଫୋରଣ ପ୍ରାୟ ୮୦ ବର୍ଷରେ ଥରେ ହୁଏ। ଏହି ଘଟଣା ହାଲିର ଧୂମକେତୁ ସହ କିଛି ମାତ୍ରାରେ ସମାନ। କିନ୍ତୁ ଏହା ଏକ ନୋଭା ନକ୍ଷତ୍ର ହୋଇଥିବାରୁ ଏହାକୁ ଧୂମକେତୁ ତୁଳନାରେ ଉନ୍ନତ ବୋଲି ବିବେଚନା କରାଯାଏ। ଏହି ତାରା ଚଳିତ ମାସରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ବିଷ୍ଫୋରିତ ହୋଇପାରେ।</h3>