<h3>ବରପାଲିର ୧୪୭ତମ ଶୀତଳଷଷ୍ଠୀ ପାଇଁ ଆଜି ସକାଳୁ ସାରା ସହର ଚଳଚଞ୍ଚଳ ହୋଇଉଠିଛି । ସକାଳେ ଯାତ୍ରା ମଣ୍ଡପରେ ମହାସ୍ନାନ ପରେ ଅମୃତ ମଣୋହି ଲାଗି ହୋଇଥିଲା । ଏହା ପରେ ପରେ ଗଣ୍ଠିଆଲ ଶୋଭାଯାତ୍ରା ଯାତ୍ରା ମଣ୍ଡପରୁ ବାହାରି ନଗର ପରିକ୍ରମା କଲା ପରେ ତହସିଲ ଛକ ସ୍ଥିତ ଗତ ବର୍ଷର କନ୍ୟା ପିତାମାତାଙ୍କ ଦ୍ବାରା ଗଣ୍ଡିଆଲ ଫିଟା ପାଇଁ ଯାଇଥିଲେ । ସେଠାରେ ଗତ ବର୍ଷର କନ୍ୟା ପିତାମାତା ରାଜ୍ ଗୋପାଳ ଦାଶ ଓ ମିନତୀ ପତିଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ବହୁ ମହିଳାମାନେ ଶୋଭାଯାତ୍ରାରେ ତହସିଲ ଛକରୁ ମାତା ପାର୍ବତୀଙ୍କୁ ଶୋଭାଯାତ୍ରାରେ ଆଣିଥିଲେ ।</h3> <h3>ସେପଟେ କପିଳେଶ୍ଵର ବାବା ଯାତ୍ରା ମଣ୍ଡପରେ ପହଞ୍ଚିଲା ପରେ ସେଠାରେ ହଳଦୀ ଆରମ୍ଭ ହୋଇଥିଲା । ସମସ୍ତ ଯାତ୍ର।କାରୀଙ୍କ ସମେତ ବହୁ ଭକ୍ତ ଏଥିରେ ସାମିଲ ହୋଇଥିଲେ । ସେହିପରି ହିମାଦ୍ରୀ ନଗରରେ ମଧ୍ୟ ହଳଦୀ ଧୁମଧାମରେ ପାଳିତ ହୋଇଥିଲା । ସନ୍ଧ୍ୟାରେ ପ୍ରଥମ ଅଳଙ୍କାର ଧାରଣ ଶୋଭାଯାତ୍ରା ହିମାଦ୍ରି ନଗର ପହଞ୍ଚି ଜଗତଜନନୀ ମା ପାର୍ବତୀଙ୍କ ଅଳଙ୍କାର ଧାରଣ କରାଯାଇଥିଲା । ରାତିରେ ବାବାଙ୍କ ବାରାନୁଗମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବିଭିନ୍ନ ଛକରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ହାଇସ୍କୁଲ ପଡିଆରେ ହେଉଥିବା ନଟରାଜ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତାରକାସୁର ଦରବାର ମଧ୍ୟ ବେଶ ଲୋକାରଣ୍ୟ ଥିଲା । ତାରକାସୁର ଭୂମିକାରେ ଗୋଲାପ ଦାଶଙ୍କ ଅଭିନୟ ଦର୍ଶକ ପସନ୍ଦ କରିଛନ୍ତି ।</h3>