<h3>କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରଵ ସହ ଜଳକ୍ରୀଡ଼ା ପରେ ହାତୀପଲ ମସ୍ତି କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ୨୭ ଟିକିଆ ଝାରଖଣ୍ଡୀ ହାତୀପଲ ଚମ୍ପୁଆ ରେଞ୍ଜରୁ କରଞ୍ଜିଆ ରେଞ୍ଜକୁ ଯାଇ ପୁଣି ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି। ତେବେ ଅସହ୍ୟ ଗରମ ଗୁଳୁଗୁଳିରେ ହାତୀପଲ ରେଙ୍ଗାଳଗୁଡା ଗାଁ ନିକଟରେ ଥିବା ଏକ ପୋଖରୀରେ ଦୀର୍ଘ ସମୟ ଧରି ଜଳକ୍ରୀଡା କରିବା ସହ ହାତୀପଲ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହି ହାତୀପଲରେ ୯ ଟି ଦନ୍ତା ହାତୀ ଥିବାବେଳେ ୧୧ ଟି ମାଈ ହାତୀ ଏବଂ ୭ଟି ଛୁଆ ହାତୀ ରହିଛନ୍ତି ।ଏବେ ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତି ବିଧି ଉପରେ ନଜର ରଖିଛି।</h3> [video width="848" height="480" mp4="https://nnsodia.com/wp-content/uploads/2024/06/WhatsApp-Video-2024-06-10-at-9.58.57-AM.mp4"][/video]