<h3>ଜଳ ହିଁ ଜୀବନ .., ଆଉ ପିଇବା ପାଇଁ ସେହି ପାଣି ଟୋପେ ନମିଳିବାରୁ ଗରା , ହାଣ୍ଡି ,ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ,.. ପାଣିର ସମସ୍ୟା ଦୀର୍ଘ ୨୦ ବର୍ଷ ହେବ ଦେଖାଯାଉଛି .., ବାରମ୍ବାର ସରକାରଙ୍କ ଠାରେ ଏନେଇ ଅଭିଯୋଗ କରିଲେ ବି ଗାଁ ରେ ପହଂଚିପାରିନି ବୋରିଙ୍ଗ ପାଣି ,.,., ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗ୍ରାମରେ ପିଇବା ପାଣି ଅଭାବ କୁ ନେଇ ତାତିଛନ୍ତି ଗ୍ରାମବାସୀ । ପ୍ରତିବାଦ ରେ ଦେଉଳା ଗ୍ରାମ ରେ ହାଣ୍ଡି, ଗରା, ଡେକଚି ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମର ମହିଳା । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷଗୁମୁଡା ବ୍ଲକ କୁ ଯୋଗଯୋଗ ବିଛିନ୍ନ ହୋଇଛି । ପ୍ରାୟ ଦୁଇ ହଜାର ବିଶିଷ୍ଟ ଦେଉଳା ଗ୍ରାମରେ ୨୨ ଟି ନଳକୂପ ରହିଛି । ତେବେ ଦୀର୍ଘ ଦିନ ଧରି ସେଥିମଧ୍ୟରୁ ୧୦ ଟି ନଳକୂପ ଅଚଳ ହୋଇପଡିଛି । ଅନ୍ୟ କେତୋଟି ନାଳକୁପରେ ମୋଟର ଲଗାଇ କିଛି ଗ୍ରାମବାସୀ ନିଜ ଘରକୁ ପାଣି ନେଉଛନ୍ତି । ଅନ୍ୟ କିଛି ନଳକୂପ ରେ ଗୋଳିଆ ପାଣି ବାହାରୁଛି । ଏହାସହ ଗ୍ରାମରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ରୁ ଦୀର୍ଘ ମାସେ ହେବ ଅଚଳ ହୋଇଥିଲା ମରାମତି କରି ଆଣିବା ପରେ ମଧ୍ୟ ଗତ ତିନି ଦିନ ଧରି ତାହା ଖରାପ ହୋଇ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଯାହାଫଳରେ ଗ୍ରାମରେ ଥିବା ଅନ୍ୟ ନଳକୂପ ମାନଙ୍କରେ ଭିଡ଼ ଜମିବା ସହ ଘଣ୍ଟା ଘଣ୍ଟା ଧରି ଲାଇନ ଲାଗୁଛି ।</h3> <h3>ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ବ୍ଲକ ପ୍ରଶାସନ ସହିତ ସ୍ଥାନୀୟ ଜିଲ୍ଲା ପରିଷଦ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାଫଳରେ ଉତ୍ୟକ୍ତ ଗ୍ରାମବାସୀ ପ୍ରତିବାଦ କୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି । । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷଗୁମୁଡା ବ୍ଲକ କୁ ଯୋଗଯୋଗ ବିଛିନ୍ନ ହୋଇଯାଇଛି । ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ନ ହେବା ଯାଏଁ ରାସ୍ତାରୋକ ରୁ ହଟିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।</h3>