<h3>ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ ।ଆସନ୍ତାକାଲି ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ।ମୋଦୀ ସରକାର ଗଠନ ହେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ୨୯୩ ସିଟ ହାସଲ କରିଛି ।ବିଜେପି ଏକୁଟିଆ ୨୪୦ ସିଟ ପାଇଥିବାବେଳେ ଅନ୍ୟ ସହଯୋଗୀ ଦଳ ସାମିଲ ହୋଇଛନ୍ତି ।ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୂଟାନ, ନେପାଳ, ମରିଶସର ପ୍ରମୁଖ ନେତା ସାମିଲ ହେବେ । ତେବେ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଅର୍ଦ୍ଧସୈନିକ ବଳର ୫ଟି ଫୋର୍ସ, ଏନଏସଜିକମାଣ୍ଡୋ, ଡ୍ରୋନ, ସ୍ନାଇପର ନିୟୋଜିତ କରାଯାଇଛି । ବିଦେଶୀ ଅତିଥିଙ୍କ ପାଇଁଲୀଲା, ତାଜ, ଆଇଟିସି ମୌର୍ଯ୍ୟ ଏଂବ ଓବରୟ ହୋଟେଲରେ ରୁମ ବୁକ ହୋଇଛି ।ଏସବୁରେ କଡା ସୁରକ୍ଷା ରହିଛି । ସମାରୋହ ଦିନ ଦିଲ୍ଲୀ ପୋଲିସର ସ୍ୱାଟ ଏବଂ ଏନଏସଜି କମାଣ୍ଡୋ ରାଷ୍ଟ୍ରପତି ଭବନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବେ ।ଦିଲ୍ଲୀ ପୋଲିସ ଅଧିକାରୀ ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମୁଖ୍ୟାଳୟ ଏବଂ ନୂଆ ଦିଲ୍ଲୀରେ ବିଭିନ୍ନ ବୈଠକ କରିଛି ।ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ଭିତରେ ହେବ ।ତେଣୁ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।</h3>