<h3>ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁରଡ଼ା ଗାଁରେ ହଇଚଇ | ଜଣେ ବିବାହିତା ମହିଳାଙ୍କୁ ହତ୍ୟା ପରେ ଶାଶୁଘର ଲୋକେ ପୋଡି ଦେଇଥିବା ଅଭିଯୋଗ | ଗତକାଲି ବୁରଡ଼ା ଗାଁର ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆଙ୍କ ସନ୍ଦେହ ଜଣକ ମୃତ୍ୟୁ ହୋଇଥିଲା | ନମିତାଙ୍କ ବାପ ଘର ବରଗଡ଼ ଜିଲ୍ଲା ପାହାଡ଼ ଶ୍ରୀଗିଡା ଗାଁକୁ ଖବର ଦେଇଥିଲେ ଶାଶୁଘର ଲୋକ | ବାପଘର ଲୋକ ପହଂଚିବା ଆଗରୁ ଶବକୁ ନେଇ ପୋଡିଦେଇଥିଲେ ଶାଶୁଘର ଲୋକେ | ତେଣୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋଡିଦେଇଥିବା ଅଭିଯୋଗ କରିଛନ୍ତି ମୃତ ନମିତାଙ୍କ ଭାଇ | ଲୋଇସିଂହା ପୋଲିସ ମାମଲା ରୁଜୁ କରି ସ୍ୱାମୀ ସୁଦାମ ବଣିଆ, ଶାଶୁ ଓ ଶଶୁରଙ୍କୁ ଅଟକ ରଖି ପଚାର ଉଚୁରା କରୁଛି | ଅଟକ ସ୍ୱାମୀ ତାଙ୍କ ସ୍ତ୍ରୀ ନିକଟସ୍ଥ ରେଲୱେ ଲାଇନରେ ଆତ୍ମହତ୍ୟା କରିଦେବ ପରେ ଶବ ଆଣି ପୋଡିଦେଇଥିବା କହୁଛନ୍ତି | କିନ୍ତୁ ଯଦି ରେଲୱେ ଲାଇନରେ ମୃତ୍ୟୁ ହେଲା ତେବେ, ରେଲୱେ ପୋଲିସକୁ ଖବର ଦେଲେ ନାହିଁ କାହିଁକି ? ବିନା ପୋଷ୍ଟ ମୋର୍ଟମରେ କେମିତି କଲେ ଶବ ବ୍ୟବଚ୍ଛେଦ? ବାପା ଘର ଲୋକ ଆସିବ ଆଗରୁ କାହିଁକି ପୋଡିଦେଲେ ଶବ? ଏସବୁକୁ ନେଇ ସ୍ୱାମୀ ହତ୍ୟା କରିଥିବା ନେଇ ସନ୍ଦେହ ଦୃଢ଼ଭୂତ ହେଉଛି | ସେପଟେ ଆଗରୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ ସ୍ୱାମୀ ସୁଦାମ | ତେଣୁ ସେ ଓ ସମ୍ପର୍କୀୟ ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର | ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରହିବା ବୋଲି କହିଛନ୍ତି ବଲାଙ୍ଗିର ଏସ. ଡ଼ି. ପି. ଓ |</h3>