<h3>ଜମ୍ମୁ-କଶ୍ମୀରର ମୁଖ୍ୟ ତୀର୍ଥସ୍ଥଳୀ ମାତା ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ବର୍ତ୍ତମାନ ପ୍ରସାଦ ଭାବରେ ଚାରା ପାଇବେ । ମାତା ବୈଷ୍ଣୋଦେବୀ ଶ୍ରୀକ୍ଷେତ୍ର ବୋର୍ଡ ଏନେଇ ସୂଚନା ଦେଇଛି ।ଶ୍ରୀମାତା ବୈଷ୍ଣୋଦେବୀ ଶ୍ରୀକ୍ଷତ୍ର ବୋର୍ଡ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି, ଯାହା ଅଧିନରେ ସେମାନେ ନିକଟରେ ପ୍ରତିଷ୍ଠିତ ନର୍ସରୀ ‘ବୈଷ୍ଣବୀ ବାଟିକା’ରୁ ତୀର୍ଥଯାତ୍ରୀମାନଙ୍କୁଚାରା ଉପହାର ଭାବେ ଦେବେ । ବୁଧବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନସୁଲ ଗର୍ଗ ମାତା ବୈଷ୍ଣୋଦେବୀ ମନ୍ଦିରର ମୂଳ ଶିବିର କଟରାଠାରେ ନର୍ସରୀ ଉଦଘାଟନ କରିଛନ୍ତି ।ଏହି ସମୟରେ ଜଳ ସଂରକ୍ଷଣ, ବୃକ୍ଷ ରୋପଣଏବଂ ଜଳ ବିଶୋଧନ ପ୍ରୟାସ ସମେତ ପରିବେଶ ସଂରକ୍ଷଣ ପାଇଁ ବୋର୍ଡର ଜାରି ପ୍ରତିବଦ୍ଧତା ବିଷୟରେ ଗର୍ଗ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ନର୍ସରୀରେ ୪୦ଟି ପ୍ରଜାତିର ଉଦ୍ଦିଦ ରହିଛି ।ଏହାର ଉଦ୍ଦେଶ୍ୟ ହେଉଛି ତୀର୍ଥଯାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟିକରିବା । ସେ କହିଛନ୍ତି ଯେ, ଏହି ପ୍ଲାଂଟଗୁଡିକ ତୀର୍ଥଯାତ୍ରୀଙ୍କ ପାଇଁ ନାମ ମାତ୍ର ମୂଲ୍ୟରେ ଉପଲବ୍ଧ ହେବ ଏବଂ ବାସ୍ତବତା ଉପରେ ନିର୍ଭର କରି ପ୍ରକଳ୍ପର ସଂପ୍ରସାରଣ ପାଇଁ ଯୋଜନା ରହିଛି ।</h3>