<h3>ତୃତୀୟ ଥର ପାଇଁ ମହାକାଶ ଯାତ୍ରା କଲେ ସୁନୀତା ୱିଲିୟମ୍ସ | ଇତିହାସ ରଚିଛନ୍ତି ଭାରତୀୟ ବଂଶୋଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ,.,., ସେ ତୃତୀୟ ଥର ମହାକାଶ ଯାତ୍ରା କରିଛନ୍ତି । ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡାଣ ଭରିଛନ୍ତି ସୁନୀତା । ସୁନୀତାଙ୍କ ସହ ବଚ୍ ୱିଲମୋର୍ ମଧ୍ୟ ମହାକାଶ ଯାଇଛନ୍ତି। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନରେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଉଭୟ ମହାକାଶକୁ ଯାତ୍ରା କରିଛନ୍ତି। ନାସା ରୁପୋର୍ଟ ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁ ପୂର୍ବରୁ ଦୁଇଥର ଏହି ମିଶନ ସ୍ଥଗିତ ରହିଥିବା ବେଳେ ଗୁରୁବାର ଏହି ମିଶନ ସଫଳତାର ସହ ପୂରଣ ହୋଇଛି ।ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ । ଏହା ପୂର୍ବରୁ ୫୯ ବର୍ଷୀୟ ସୁନୀତା ୨୦୦୬ ମସିହା ଡିସେମ୍ବର ୯ରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।</h3> <h3>ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା । । ବର୍ତ୍ତମାନ ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରହିଛନ୍ତି। ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେ ଏଥର ମହାକାଶରେ ମୋଟ ୩୨୨ ଦିନ ରହିବେ।</h3> <h3></h3>