କୁହାଯାଏ ପ୍ରକୃତ ବନ୍ଧୁ ସିଏ ଯିଏ ସୁଖ ଓ ଦୁଃଖରେ ଠିଆ ହୋଇଥାଏ, ନା କି କ୍ଷମତା ଚାଲିଗଲେ କି ଦୁଃଖ ଆସିଲେ ଦୂରେଇ ଯାଏ | ହଁ ଆଞା ଆପଣ ଠିକ ଭାବି ପାରୁଥିବେ ଆମେ ଆପଣ ଙ୍କୁ କାହା କଥା କହୁଛୁ ଆମେ କହୁଛୁ ବିଜେଡିର ନେତା କାତ୍ତିକେୟାନ ପାଣ୍ଡିଆନ ଙ୍କ କଥା ,. ଯେତେବେଳେ ନିର୍ବାଚନ ଚାଲିଥିଲା ପ୍ରଚାର ପ୍ରସାରରେ ନବୀନଙ୍କ ସହ କୌଣସି ରାଜନେତା ଙ୍କୁ ଦେଖିବାକୁ ମିଳିନଥିଲା |
ମଞ୍ଚ ଉପରେ ନବୀନଙ୍କ ପାଖେ ପାଖେ ରହୁଥିଲେ ପାଣ୍ଡିଆନ .. ନବୀନଙ୍କ ପାଇଁ ମାଇକରଫୋନ ବି ନିଜେ ଧରୁଥିଲେ .., ଆଉ ଷ୍ଟେଜ ଉପରେ ଠିଆ ହୋଇ ନବୀନଙ୍କ ପାଇଁ ରାଜ୍ୟବାସୀଙ୍କୁ ଭୋଟ ବି ମାଗିଥିଲେ |
ବିରୋଧି ଯେତେବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ସେ ଉତ୍ତରରେ କହିଥିଲେ ଶେଷ ନିଶ୍ୱାସ ଥିବା ଯାଏ ଓଡିଶାବାସୀଙ୍କ ସେବା କରିବି .. ହେଲେ ସେସବୁ ଯେ କେବଳ ଲୋକ ଦେଖାଣିଆ ଥିଲା ତାହା ଏବେ ଓଡିଶା ବାସୀ ଜାଣି ସାରିଛନ୍ତି ଆଉ ତାର ଜ୍ୱଳ୍ଳନ୍ତ ଉଦାହରଣ ବି ଦେଖିସାରିଛନ୍ତି |
ଯେତେବେଳେ ଆଜି ମୁଖ୍ୟମନ୍ତ୍ରୀ ରାଜଭବନରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଲେ ସେତେବେଳେ କିନ୍ତୁ ନବୀନ ପାଖରେ ନଥିଲେ ପାଣ୍ଡିଆନ । କେବଳ ଯେ କ୍ଷମତା ଥିଲା ବୋଲି ନବୀନ ଙ୍କ ସହ ରହିଥିଲେ ପାଣ୍ଡିଆନ ବୋଲି ବାହାରେ ଚର୍ଚ୍ଚା ହୋଇଥିଲା ବେଳେ ବିଜେଡି କ୍ଷମତା ହରାଇବା ପଛରେ ପାଣ୍ଡିଆନ ବୋଲି ମଧ୍ୟ ଏବେ ସବୁୟାଡେ ଚର୍ଚ୍ଚା .. ଦୀର୍ଘ ୨୪ ବର୍ଷ ର ଶାସନ କାଳରେ କେବେ ବି ପରାଜୟ ହୋଇନଥିବା ନବୀନ ଙ୍କୁ ୨୦୨୪ ନିର୍ବାଚନରେ ଏହି ଦୃଶ୍ୟ ଦେଖିବାକୁ ପଡିଛି ..
ଯାହା ପାଇଁ ଏବେ ଓଡିଶାରେ ନବୀନଙ୍କ ପ୍ରଂଶସକ ବି ଏକ ପ୍ରକାର ସ୍ତବ୍ଧ ହୋଇପଡିଛନ୍ତି । ବିଜେଡି ଦୁର୍ଗ ଭୁଷୁଡିବା ପରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି