ଆଜି ହେଉଛି ବିଶ୍ୱ ପରିବେଶ ଦିବସ .., ପରିବେଶ ସୁରକ୍ଷିତ ରହିବା ବଦଳରେ ଦିନକୁ ଦିନ ଅସନ୍ତୁଳିତ ହେଉଛି ପରିବେଶ .., ଦେଶ ଓ ରାଜ୍ୟ ମାନଙ୍କରେ ରେର୍କଡ ସ୍ତରକୁ ଛୁଇଁଛି ଡାପମାତ୍ରା .. ଲୋକେ ଗରମ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି । ଫ୍ୟାନ ଏସି କି କୁଲର କିଛି କାମ ଦେଉନାହିଁ । ଲୋକେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି । ଏମିତି ଗରମ ହେବା ପଛରେ ରହିଛି ଗଛ କାଟିବା
ଦୃତ ସହରୀକରଣ ସହିତ ଅହେତୁକ ମାତ୍ରାରେ ଜଙ୍ଗଲ କ୍ଷୟ ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢିବାରେ ଲା୍ଗିଛି କମିବା ନାଁ ହିଁ ଧରୁନି । ଏହାରି ଭିତରେ ପ୍ରତିକାର ପାଇଁ କରିବାକୁ ଅଣ୍ଟା ଭିଡିଛନ୍ତି ସାମାଜିକ ଅନୁଷ୍ଠାନର ଯୁବକମାନେ ।
ପରିବେଶ ଦିବସରେ ଗ୍ରିନୋଭାଇବ ଯୁବ ସଙ୍ଗଠନ ର କର୍ମକତ୍ତର୍ତ୍ତୀମାନେ ଏକ ନୂତନ ପ୍ରୟାସ କରିଛିନ୍ତି .. ଯାହା ପାଇଁ ପ୍ରଶଂସା ମଧ୍ୟ ସାଉଢିପାରିଛନ୍ତି
ଆଜି ସୁବର୍ଣ୍ଣ୍ରପୁର ଜିଲ୍ଲା ବୀରମହାରାଜପୁର ଦୋଳମଣ୍ଡପ ନିକଟରେ ମାଗଣା ବୃକ୍ଷ ଚାରା ବଣ୍ଟନ କରିଛନ୍ତି । ତାସହିତ ବୃକ୍ଷ ରୋପଣକୁ ବ୍ୟାପକ କରିବା ପାଇଁ ଲୋକଙ୍କୁ କହିଥିଲେ । ଆଜିକା ଦିନରେ ଯେଉଁ ସମସ୍ୟା ଆମେ ଭୋଗୁଛୁ ଗଛ ଲଗାଇବା ଦ୍ୱାରା ସେସବୁ ଦୂର ହେବ .. ଏକ ସୁସ୍ଥ ପରିବେଶ ମଧ୍ୟ ଗଠନ ହୋଇପାରିବ |
କଥାରେ ଅଛି ବୃକ୍ଷ ହିଁ ଜୀବନ .. ଏହାର ଅର୍ଥ ବୃକ୍ଷ ବିନା ମଣିଷ ସମାଜ ବଞ୍ଚିବା ମଧ୍ୟ କଷ୍ଟକର ,.ଅମ୍ଲଜାନ ଠାରୁ ଆରମ୍ଭ କରି ଗଛର ଛାଇ ଆହୁରି ଅନେକ କିଛି ସେ ମଣିଷ ସମାଜ କୁ ଦେଇଥାଏ .. ହେଲେ ଏହି ନିଷ୍ଠୁର ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥ ସରିଗଲେ ଗଛକୁ କାଟିଦିଏ ,.., ଯାହାର ପ୍ରଭାବ ପୃଥିବୀ ଉପରେ ପଡୁଛି . ଅତ୍ୟଧିକ ଗରମ ହେବା ସହ ଠିକ ସମୟରେ ବର୍ଷା ନ ହେବା ଏହାର ପ୍ରମୁଖ କାରଣ |