<h3>ଆସନ୍ତା କାଲି ଜୁନ୍ ୪ତାରିଖ ଦିନ ନେତାଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ । ସେଥିପାଇଁ ନେତାଙ୍କ ଛାତି ହେଉଛି ଧଡ ଧଡ । ସାଧାରଣ ନିର୍ବାଚନ ରେ ନେତା ମାନଙ୍କୁ ଜନସାଧାରଣ କିଭଳି ମତ ଦେଇଛନ୍ତି ଷ୍ଟ୍ରଙ୍ଗ ରୁମ୍ ରେ ଥିବା ଇଭିଏମ୍ ସତ ଓଗାଳିବ । କଳାହାଣ୍ଡି ଜିଲ୍ଳାର ଭବାନୀ ପାଟଣା ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ପରିସରରେ ତିନୋଟି ବିଧାନ ସଭା ନର୍ଲା , ଭବାନୀ ପାଟଣା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଓ ଧର୍ମଗଡ ରେ ଜୁନାଗଡ଼ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି ହେବ । ସିଆରପିଏଫ ଯବାନଙ୍କ ମାନଙ୍କ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିସିଟିଭି କ୍ୟାମେରା ସ୍କାନର ରେ ଇଭିଏମ ରଖାଯାଇଛି । କଳାହାଣ୍ଡି ଜିଲ୍ଲାର ପାଞ୍ଚୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସବୁଠି ହେବି ୱେଟ ଯଥା ପୁର୍ବତନ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଅଭିଜ୍ଞତା ଥିବା ନେତା ପ୍ରାର୍ଥୀ ରହିଛନ୍ତି । ନର୍ଲା ରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ରହିଥିବା ବେଳେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାଏକ ସେହିଭଳି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ରହିଛନ୍ତି। ସେହିଭଳି ଧର୍ମଗଡ ରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଥିବା ବେଳେ ଜୁନାଗଡ଼ ରେ ମଧ୍ୟ ପର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରହିଛନ୍ତି ।</h3>