ଆଉ ବିକ୍ରି ହେବନି ସିଗାରେଟ୍ ଓ ତମ୍ବାଖୁ ., ବିକ୍ରି ଉପରେ ଲଗାଯାଇଛି ବ୍ୟାନ ,., ଏଭଳି ନିଷ୍ପତ୍ତି ନିଆଯାଇଛି ମାତା ବୈଷ୍ଣ ଦେବୀଙ୍କ ପୀଠରେ .., ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମାତା ବୈଷ୍ଣ ଦେବୀଙ୍କର ଦର୍ଶନ କରିବାକୁ ଆସିଥାଆନ୍ତି । ଏଥିପାଇଁ ମା ଯିବା ରାସ୍ତାରେ ମଦ , ମାଂସ , ଏବଂ ମଦ୍ୟପାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ହେଲେ କେତେକ ଅମାନୀୟ ଏହାକୁ ଅବମାନନା କରି ସିଗାରେଟ ଓ ତମ୍ବାଖୁ ସେବନ କରୁଛନ୍ତି । ଏହି ସବୁ ଦେଖିବାପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶେଷ ମହାଜନ କହିଛନ୍ତି, ‘ଲୋକେ ବେଶ୍ ଶ୍ରଦ୍ଧାର ସହ ମାତା ବୈଷ୍ଣ ଦେବୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ପୂରା ସମଗ୍ର ମାର୍ଗରେ ମଦ ଓ ମାଂସ ନିଷେଧ କରାଯାଇଛି। କିନ୍ତୁ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଦେଖିବାକୁ ମିଳିଛି। ତେଣୁ, ନୋମାଇ ଚେକ୍ ପୋଷ୍ଟ, କଟ୍ରାର ପାନ୍ଥାଲ୍ ଚେକ୍ ପୋଷ୍ଟ, ତାରକୋଟ୍ ମାର୍ଗର ଆରମ୍ଭରୁ ମାତା ବୈଷ୍ଣୋ ଦେବୀ ଭବନ ପର୍ୟ୍ୟନ୍ତ ଯେକୌଣସି ପ୍ରକାରର ତମାଖୁ ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।