<h3>କେରଳର ଜଣେ ମହିଳା କାମ କରିବାକୁ ଯାଇ କରିଛନ୍ତି ବସ ଭିତରେ ପ୍ରସବ ..ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ଓ ନର୍ସ ପହଞ୍ଚି ବସ ଭିତରେ ହିଁ ପ୍ରସବ କରାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।</h3> <h3>୩୭ ବର୍ଷୀୟା ଗର୍ଭବତୀ ମହିଳା KSRTC ସରକାରୀ ବସ୍ ଯୋଗେ ଥୋଟ୍ଟିଲପାଲମ ଜିଲ୍ଲାରୁ ଅଙ୍ଗାମାଲୀକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଥ୍ରୀସୁରର ଅମାଲା ଡାକ୍ତରଖାନାକୁ ନିଆଯାଇଥିଲୀ। ଡାକ୍ତରଖାନାରେ ବସ୍ ପହଞ୍ଚିବା ପରେ ମଧ୍ୟ ତାଙ୍କୁ ହସ୍ପିଟାଲ୍ ବେଡକୁ ନିଆଯାଇ ପାରିନଥିଲା। କାରଣ ମହିଳାଙ୍କୁ ବସ୍ ଭିତରୁ ବାହାରକୁ ଆଣିବା କଷ୍ଟକର ଥିଲା। ତେଣୁ ଡାକ୍ତର ଓ ନର୍ସମାନେ ବସ୍ ଭିତରେ ହିଁ ପ୍ରସବ କରାଇଥିଲେ।ତେବେ ମହିଳା ଏକ କନ୍ୟା ଶିଶୁ ଜନ୍ମ ଦେଇଛନ୍ତି ।</h3> [video width="1280" height="720" mp4="https://nnsodia.com/wp-content/uploads/2024/05/VqDoQp9H_V-3rt6K.mp4"][/video] <h3></h3> <h3></h3>