ଖାଲି ପଡିଛି ଏବେ ସତୀଗୁଡା ଜଳଭଣ୍ଡାର ,.. ଜଳ ଭର୍ତ୍ତି ଥିବା ଡ୍ୟାମରେ ନାହିଁ ଟୋପେ ଜଳ . . ମାଟିରେ ପୋତି ପୋତି ହୋଇଯାଉଛି ଏହି ଜଳ ଭଣ୍ଡାର … ୧୯୬୬ ମସିହାରେ ନିର୍ମିତ ଏହି ଡ୍ୟାମଟି ବର୍ତ୍ତମାନ ଧିରେ ଧିରେ ପୋତି ହବା ଫଳରେ ଜଳଭଣ୍ଡାରରେ ପାଣି ସ୍ତର କମିବା କୁ ଲାଗିଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ର ନିକଟରେ ଥିବା ସତୀଗୁଡା ଜଳଭଣ୍ଡାର । ଯାହାକି ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲିଟିଛି ।
ସୂଚନା ଅନୁଯାୟୀ,ଏହି ଜଳ ଭଣ୍ଡାରଟି ପ୍ରକୃତରେ ବଙ୍ଗଳାଦେଶରୁ ଆସିଥିବା ଶହଶହ ବଙ୍ଗୀୟ ସରଣାର୍ଥ ପରିବାରଙ୍କୁ ମାଲକାନଗିରି ଠାରେ ଥଇଥାନ କରାଯିବା ସମୟରେ ଏମାନଙ୍କ ଚାଷଜମିରେ ଜଳଯୋଗାଣ ଉଦ୍ଦେଶ୍ୟରେ ସତୀଗୁଡ଼ା ଜଳଭଣ୍ଡାର ନିର୍ମାଣ କରାଯାଇଥିଲ। ।ସେହି ସମୟରେ ଜଳଭଣ୍ଡାର ନିର୍ମାଣ ନିମନ୍ତେ ୧୭ କୋଟି ଟଙ୍କାରୁ ଆରମ୍ଭ ହୋଇ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବକୁ ଟଙ୍କା ଖର୍ଚହୋଇଥିଲା । ଜଳଭଣ୍ଡାର ନିର୍ମାଣ ପରେ ଡାହାଣ ଓ ବାମ କେନାଲ ମାଧ୍ୟମରେ ଚାଷୀଙ୍କ ଜମିରେ ସୁରୁଖୁରୁରେ ଜଳ ଯୋଗାଇ ଦେବା ନିମନ୍ତେ ପ୍ରକଳ୍ପ ନିର୍ମାଣ ହୋଇଥିଲ।। ଏହା ସହ ସେହି ସମୟରେ DNK ପ୍ରୋଜେକ୍ଟ ଆରମ୍ଭ ହବାପରେ ମାଲକାନଗିରି ସହରରେ ଥିବା DNK ପ୍ରୋଜେକ୍ଟର ଚାରିସହ ରୁ ପାଞ୍ଚସହ ଷ୍ଟାପ କ୍ବାଟର ଗୁଡିକୁ ଏହି ଜଳଭଣ୍ଡାର ରୁ ପାଣି ଦିଆଯାଇଥିଲା । ଯାହାକି ଏବେ ମାଲକାନଗିରି ମୁନିସିପାଲଟିର ୫୭୬୦ ଘରକୁ ପ୍ରତିଦିନ ୬.୩୦ ମିଲିୟନ ଲିଟର ଓ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟର କୁ ପ୍ରତିଦିନ ୨ଲକ୍ଷ ଲିଟର ପାଣି ସତିଗୁଡା ଜଳଭଣ୍ଡାରରୁ ଯୋଗାଇ ଦିଆଯାଉଥିବା PHD JE ସୂଚନା ଦେଇଛନ୍ତି। ଯାହାକୁ ନେଇ ଏହାର ପୁନରୁଦ୍ଧାର ପାଇଁ ଦାବିକରିଛନ୍ତି ସ୍ତାନିୟଲୋକ | ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଏବେ ମାଲକାନଗିରି ସହରର ଶୋଷ ମେଣ୍ଟାଉଥିବା ଦେଖା ଯାଉଛି।
ତେବେ ବର୍ଷା ଜଳ ଉପରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଯଦି କମ୍ ବର୍ଷା ହୁଏ ତେବେ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଥିବା ବିଗତ ଦିନ ମାନଙ୍କରେ ଦେଖା ଦେଇଛି। ଯଦି ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ଚାଷ ଜମିତ ଦୂର କଥା ସହରକୁ ଜଳ ଯୋଗାଇବା କଷ୍ଟକର ହେବ ବୋଲି ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି । ଜଳ ଭଣ୍ଡାର ରେ ପାଣି ସୁଖିଜିବା ଫଳରେ ମାଲକାନଗିରି ସହରରେ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି ।