<h3>ଗତକାଲି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ମହୋତ୍ସବ ଥିବାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭକ୍ତଙ୍କ ଭିଡ ଲାଗିରହିଥିଲା । ଏହି ସମୟରେ ସ୍ଥାନୀୟ ଯୁବକମାନେ ପୁଷ୍କରିଣୀ ନିକଟରେ ବାଣ ଫୁଟାଇଥିଲେ । ଯାହା ଫଳରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଭଳି ଅଘଟଣ ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମହାପ୍ରଭୁଙ୍କ ପବିତ୍ର ଭଉଁରୀ ମହୋତ୍ସବ ପାଇଁ ଭକ୍ତମାନେ ଆନନ୍ଦିତ ଥିବାବେଳେ ଏଭଳି ଏକ ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଦେଇଛି ।</h3>