<h3>ଏମିତି କଣ ଖାସ ଅଛି ବାଲାଜୀ ନୈବେଦ୍ୟ ଲଡୁରେ ଯେ, ପ୍ରତି ମାସରେ ଲକ୍ଷ ଲକ୍ଷ କିଲୋ ଲଡୁ ଭକ୍ତମାନେ କେବଳ ପାଟନା ମହାବୀର ମନ୍ଦିରରୁ ହିଁ ପ୍ରସାଦ ଭାବେ ନେଇ ଯାଉଛନ୍ତି ।ତେବେ ଆସନ୍ତୁ ଜାଣିବା ଏହି ଲଡୁର ପ୍ରସ୍ତୁତି ପ୍ରଣାଳୀ । ଯେଉଁଥିପାଇଁ ଏହା ଲୋକମାନଙ୍କ ମଧ୍ୟରେ ଏତେ ଆଦସ୍ତଚ୍ଛ ହୋଇ ପାରିଛି । ତେବେ ମନ୍ଦିରରେ ପ୍ରଥମେ ଚଣା ଡାଲିକୁ ଚକିରେ ପେଶି ବେସନ ପ୍ରସ୍ତୁତ କରାଯାଏ । ଏହାପରେ ବେସନକୁ ଏକ ବଡ ପାତ୍ରରେ ରଖି ଧିରେ ଧିରେ ପାଣି ମିଶାଯାଏ ।ମୋଟର ସାହାଯ୍ୟରେ ବେସନ ଓ ପାଣି ମିଶି ବେସନର ପେଷ୍ଟ ତିଆରି କରାଯାଏ ।ଏହି ପେଷ୍ଟରୁ ଶୁଦ୍ଧ ଘିଅରେ ବୁନ୍ଦି ତିଆରି କରାଯାଏ । ତେବେ ଏଠାରେ ଏକାସହ ତିନି ଚାରିଟି ଚୁଲା ଜଳୁଥାଏ ।ଆଉ ଏକ ମେସିନରେ ୩୦୦ କେଜି ଚିନି ଓ ପାଣି ମିଶା ଯାଇ ଶିରା ପ୍ରସ୍ତୁତ କରାଯାଏ । ଏହାପରେ ଏକ ବଡ ପାତ୍ରରେ ପ୍ରଥମେ ବୁନ୍ଦି ପରେ ଶିରା, ଗୁଜୁରାତି ଗୁଣ୍ଡ, କାଜୁ, ଖିସମିସ ମିଶାଇ ଭଲ ଭାବେ ମିଶାଇ ଦିଆଯାଏ ।ଏହି ମିକ୍ସଚରରେ ଏମାନେ ଫଟାଫଟ ଲଡୁ ପ୍ରସ୍ତୁତ କରି ଡବାରେ ପ୍ୟାକ କରିଥାନ୍ତି । ଏହାକୁ ମନ୍ଦିରରେ ପୂଜା କରି ଭକ୍ତଙ୍କ ମଧ୍ୟରେ ବାଂଟି ଦିଆଯାଏ ।ତେବେ ଏହି ଲଡୁର ସ୍ୱାଦ ପାଇଁ ଏହା ଏତେ ମାତ୍ରାରେ ଲୋକପ୍ରିୟ ହୋଇ ପାରିଛି ।ଏବଂ ପ୍ରତି ମାସରେ କ୍ୱିଂଟାଲ କ୍ୱିଂଟାଲ ଲଡୁ ବିକ୍ରି ହେଉଛି ।</h3>