ଜଳୁଛି ଉତ୍ତର ଭାରତ, ରାଜସ୍ଥାନ , ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ଯାଏଁ ଆକାଶରୁ ବର୍ଷୁଛି ନିଆଁ | ରେକର୍ଡ ଭାଙ୍ଗିଛି ଖରା | ଭାରତର ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପରେ ଲୋକମାନେ ଛଟପଟ ହେଉଥିବାର ଦେଖିବାକୁ ମିଳୁଛି .. । ଆକାଶରୁ ବର୍ଷା ହେଉଛି ନିଆଁ। ଟାଣ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ପାରଦ ସିଧା ୫୨ ଡିଗ୍ରୀ ଅତିକ୍ରମ କରିଛି | କଲବଲ କରୁଛି ମୁଣ୍ଡଫଟା ଖରା। ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୫୦ ଡେଇଁଛି ପାରଦ | ଗରମ ଦାଉ ଏତେ ରହିଛି ଯେ ଲୋକେ ନା ବାହାରେ ରହିପାରୁଛନ୍ତି ନା ଘରେ ରହିହେଉଛି |

ରାଜସ୍ଥାନର ରେ ମଙ୍ଗଳବାର ଲଗାତାର ଦେଶର ସବୁଠୁ ଉତପ୍ତ ସହର ପାଲଟିଛି ।ତାପମାତ୍ରା ୫୦ ଡିଗ୍ରୀ ପାର କରିଛି ..।ସେହିପରି ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୪୮.୮ ଡିଗ୍ରୀ, ମଧ୍ୟପ୍ରଦେଶର ନିୱାରିରେ ୪୮.୭ ଓ ପଞ୍ଜାବର ଭଠିଣ୍ଡାରେ ତାପମାତ୍ରା ୪୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ।ଓଡିଶାରେ ୪୦ ଡିଗ୍ରୀ ତଳେ ରହିଛି . ଜନଜୀବନ ଅସ୍ତବ୍ୟସ୍ତ ରହିଥିବାର ଦେଖିବାକୁ ମିଳୁଛି । ତେବେ ମେ ୩୦ ପରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |

ଏହି ଗରମ ଯୋଗୁ ରାଜସ୍ଥାନରୁ ୪୮ ଲୋକଙ୍କ ଜୀବନ ଯାଇଛି ଏହା ସହ ଉତ୍ତରପ୍ରଦେଶ ୧୦ ଜଣଙ୍କର ମୃତ୍ୟୁ ହୋଇଛି | ଚାରିଆଡେ ଲୁ ବହୁଥିବା ଯୋଗୁ ଲୋକଙ୍କ ଅବସ୍ଥା ଆହୁରି ବିଗିଡବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଦିନ ହେଉ ଅବା ରାତି ଗରମର ଥାର୍ଡ ଡିଗ୍ରୀ ଜାରି ରହିଛି।

ସେପଟେ ପ୍ରବଳ ଖରା ଓ ଗରମ ଯୋଗୁ ହରିଆଣା ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଛନ୍ତି। ପ୍ରଚଣ୍ଡ ଉତ୍ତାପ ଯୋଗୁଁ ବିଦ୍ୟୁତର ଚାହିଦା ବଢ଼ି ଚାଲିଛି ଏବଂ ଅନେକ ସ୍ଥାନରେ ବିଦ୍ୟୁତ ଓ ଜଳର ଅଭାବ ଦେଖାଦେଇଛି।