<h3>ଆଉ ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ ନେଇପାରିବେ ନାହିଁ ଭକ୍ତ । ମନ୍ଦିର ପରିସରକୁ ମୋବାଇଲ ଫୋନ ନନେବାକୁ ମନ୍ଦିର ନିର୍ମାଣ ସମିତି ନିଷ୍ପତି ନେଇଛି । ସାଧାରଣ ଲୋକ ହୁଅନ୍ତୁ ବା ଭିଆଇପି, ମନ୍ଦିର ପରିସରରେ ମୋବାଇଲ ବ୍ୟବହାର କରିବାକୁ ବାରଣ କରାଯାଇଛି । ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତି ବୈଠକ ଆୟୋଜିତ ହୋଇଥିଲା । ଯେଉଁଥିରେ ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ତେବେ ଟ୍ରଷ୍ଟି ଅନୀଲ ମିଶ୍ର କହିଛନ୍ତି, ମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖିଏହି ନିୟମ ଲାଗୁ କରାଯାଇଛି ।ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି ।</h3> <img class=" wp-image-28196 aligncenter" src="https://nnsodia.com/wp-content/uploads/2024/05/13s-300x200.jpg" alt="" width="494" height="329" /> <h3>ତେବେ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।ଭକ୍ତମାନେ ଲକର ସୁବିଧା ପାଇବେ । ଏଥିରେ ସେମାନେ ନିଜର ମୋବାଇଲ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୋବାଇଲ ବ୍ୟାନ ନିଷ୍ପତି ନିଆଯାଇଛି । ତେବେ ପୂର୍ବରୁ ସାଧାରଣ ଜନତାଙ୍କୁ ମୋବାଇଲ ବାରଣ କରାଯାଇଥିବାବେଳେ ଏବେ ଭିଆଇପି ଏବଂ ଭିଭିଆଇପି ମାନଙ୍କୁ ମଧ୍ୟ ମୋବାଇଲ ବାରଣ କରାଯାଇଛି । ତେବେ ଏହି ନିୟମ ଶନିବାରଠାରୁ ଲାଗୁ କରାଯାଇଛି ।</h3> https://youtu.be/hDWcTcbuyJQ