<h3>ବାହାର ରାଜ୍ୟର ଯୁବକଙ୍କ ଦ୍ୱାରା କରାଯାଉଥିଲା ମଦ ଚାଲାଣ, ଆଉ ସମସ୍ତଙ୍କ ନଜର ରୁ ବଞ୍ଚିବା ପାଇଁ ଘରୋଇ ନମ୍ବର ବିଶିଷ୍ଟ ଦାମୀ ଗାଡିରେ କରୁଥିଲେ ଚାଲାଣ। ଏହି ସବୁ ଚାଲାଣ ପଛରେ ମୁଖ୍ୟ ସାଜିଥିଲା ମଦ ଦୋକାନ ବୁଝୁଥିବା ବ୍ୟକ୍ତି। କପ୍ତିପଦା ଥାନା ନୂଆସାହି ଠାରେ ଥିବା ମଦ କାଉଣ୍ଟରରୁ ବିପୁଳ ପରିମାଣର ମଦ ଧରି ଦୋକାନର ବ୍ୟକ୍ତି ସୁବଳ କୁମାର ମହାନ୍ତି ବିହାର ଏବଂ ଝାରଖଣ୍ଡ ଅଞ୍ଚଳର ଦୁଇ ଜଣ ଯୁବକଙ୍କ ଦ୍ୱାରା ଏକ ଜାଇଲୋ ଗାଡିରେ ଚାଲାଣ କରୁଥିଲେ। ହେଲେ ମଦ ଚାଲାଣ ହେଉଥିବା ବେଳେ ଖବର ପାଇ କପ୍ତିପଦା ଥାନା ଫୁଲବାଡିଆ ଛକ ନିକଟରେ ପୋଲିସ ଗାଡିକୁ ଅଟକାଇବା ପରେ ସାମ୍ନାକୁ ଆସିଥିଲା ମଦ ଚାଲାଣର ସତ।</h3> <h3><img class=" wp-image-28156 aligncenter" src="https://nnsodia.com/wp-content/uploads/2024/05/ms18-300x157.jpg" alt="" width="562" height="294" /> ୨୫ ପେଟି ବିଦେଶୀ ମଦ ଯାହାକି ପାଖାପାଖି ୩୫୦ ରୁ ଅଧିକ ମଦ ବୋତଲ ପୋଲିସ ଜବତ କରିଛି। ଦାମୀ ଗାଡିରେ ଏହି ମଦ ଚାଲାଣ ଚାଲିଥିବା ବେଳେ ଏହା ଗାଁ ଗହଳି କୁ ଯାଉଥିବା କୁହାଯାଉଛି। ଆଉ ୪ ଦିନ ପରେ ଶେଷ ପର୍ୟ୍ୟାୟ ନିର୍ବାଚନ ରହିଥିବାରୁ ଗାଁ ଗହଳିରେ ଏହି ମଦ ବଣ୍ଟା ଯିବା ଉଦେଶ୍ୟରେ ନିଆଯାଉଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିଛି। ଗିରଫ ୩ ଜଣ ହେଲେ ନୂଆସାହିର ମଦ ବେପାରୀ ସୁବଳ ମହାନ୍ତି, ଝାରଖଣ୍ଡ ଅଞ୍ଚଳର ଯୁବକ ଛୋଟୁ ମହାଳୀ, ବିହାର ଅଞ୍ଚଳର ଆକାଶ କୁମାର। ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ରୁ ଅଧିକ ହେବ ଏବଂ ମଦ ଚାଲାଣର କୌଣସି ରସିଦ ନ ଥିବାରୁ ଏହା ବେଆଇନ ଏବଂ ନକଲି ମଦ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି।</h3>