କେରଳରେ ଜାରି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ବେହାଲ ହୋଇଛି କେରଳର ଅବସ୍ଥା ।ମଙ୍ଗଳବାରରୁ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହିି ବର୍ଷା ବିତ୍ପାତ କାରଣରୁ ବର୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ବର୍ଷା ପ୍ରଭାବ କମି ନଥିବାବେଳେ ପୁଣି ୭ ଜିଲ୍ଲାକୁ ୟେଲୋୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ ।ଥିରୁଅନନ୍ତପୁରମ୍, କୋଲାମ, ଆଲାପୂଜା, ଏର୍ନାକୁଲମ, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି । ଏହି ସବୁ ଜିଲ୍ଲାରେ ଆହୁରି୬ ରୁ ୧୧ ସେମି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ଏବଂ ରାଜସ୍ୱ ବିଭାଗ ସଜାଗ ରହିଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସାରା ରାଜ୍ୟରେ ଆଠଟି ରିଲିଫ୍ କ୍ୟାମ୍ପକୁ ୨୨୩ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ମନ୍ତ୍ରୀ କେ ରାଜନ କହିଛନ୍ତି।