<h3>ବିଜେଡିକୁ ଜିତାଇବାରେ ବଡ ଭୂମିକା ଗ୍ରହଣ କରିପାରେ ଫ୍ରୀ ବିଜୁଳି ବିଲ୍ । ହଁ ଆଜ୍ଞା ବିଜେଡିର ଇସ୍ତାହାର ଅନୁସାରେ ଦଳ କ୍ଷମତାକୁ ଆସିଲେ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର ପାଇଁ ଶୂନ ବିଲ୍ ଓ ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ୫୦ ୟୁନିଟ୍ ପାଇଁ ରିହାତି ମିଳିବ । ରାଜ୍ୟର ୮୫-୯୦% ଜନସଂଖ୍ୟାକୁ ଏହି ସୁବିଧା ମିଳିବ । ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ବିଦ୍ୟୁତ୍ ସବସିଡି ଲାଗୁ ହେବ । ଦେଶର ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା, ଏବଂ ବିଜୁଳି ବିଲକୁ ନେଇ ସାଧାରଣ ଲୋକେ ସମସ୍ୟା ଭୋଗୁଥିବା ବେଳେ ଓଡିଶାରେ ବିଜେଡିର ଏହିନିଷ୍ପତି ରାଜ୍ୟବାସୀଙ୍କୁ ଆଣିପାରେ ଆଶ୍ବସ୍ତି । ଚାଷ କାର୍ୟ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବା ବୋଧହୁଏ ରାଜ୍ୟରେ କ୍ଷମତାଶିଳ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଏଭଳି ପ୍ରତିଶ୍ରୁତି ଦେଇଛି ।</h3> <img class=" wp-image-28066 aligncenter" src="https://nnsodia.com/wp-content/uploads/2024/05/Bijuli-GDN970x250-2-300x77.jpg" alt="" width="542" height="139" /> <h3>କିନ୍ତୁ ବିଜେଡିର ଏହି ଇସ୍ତାହାର ଦଳର ଜିତାପଟ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଓଡ଼ିଶାର ୭୫ ପ୍ରତିଶତ ପରିବାର ୧୦୦ୟୁନିଟରୁ କମ୍ ବିଦ୍ୟୁତ ବ୍ୟବହାର କରୁଛନ୍ତି । ଅନ୍ୟ ୧୦ ପ୍ରତିଶତ ପରିବାର ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଛନ୍ତି । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟନ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଉଛି । ତେଣୁ ଶକ୍ତି ସୁରକ୍ଷା ସହିତ ଏହି ୮୫-୯୦% ଜନସଂଖ୍ୟା ପାଇଁ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ଉପଯୋଗ କରୁଥିବା ଗ୍ରାହକମାନେ ଶୂନ ବିଲ୍ ପାଇବେ । ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ଗ୍ରାହକଙ୍କୁ ୫୦ୟୁନିଟ୍ ପାଇଁ ରିହାତି ମିଳିବ । ମଧ୍ୟବିତ୍ତ ପରିବାରଙ୍କୁ ବିଦ୍ୟୁତ ସବସିଡି ମିଳିବ । ଚାଷୀଙ୍କୁ ଚାଷ କାର୍ୟ୍ୟ ପାଇଁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ଯାହା ବିଜେଡି ଭୋଟ ସଂଖ୍ୟାକୁ ବଢାଇ ପାରେବୋଲି ଆଶାକରାଯାଉଛି ।</h3>