<h3>ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ । ଏଥିସହ ମଧ୍ୟମା ଓ ଏସଓଏସି ର ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀ ଜ୍ୟୋତି ପ୍ରକାଶ ଦାସ । ମେ ୨୬ ତାରିଖ ସକାଳ ୧୦ ଘଟିକା ୩୦ ମିନିଟ ସମୟରେ ପ୍ରକାଶ ପାଇବ ମ୍ୟାଟିକ୍ ପରୀକ୍ଷା ଫଳାଫଳ । ଛାତ୍ରଛାତ୍ରୀମାନେ ନିଜ ନିଜ ରେଜଲ୍ଟ ସକାଳ ୧୧ ଘଟିକା ୩୦ ମିନିଟ୍ ସୁଦ୍ଧା ୱେବସାଇଟରେ ଦେଖିପାରିବେ ଏବଂ ଅପରାହ୍ନ ୪ ଘଟିକା ସମୟରେ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଜାଣିପାରିବେ । ଏହାସହ ମେ ୨୯ ତାରିଖଠୁ ଆରମ୍ଭ କରି ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଚେକିଂ ପାଇଁ ଆବେଦନ କରିପାରିବେ ।</h3> <img class=" wp-image-28020 aligncenter" src="https://nnsodia.com/wp-content/uploads/2024/05/16s-1-300x77.jpg" alt="" width="643" height="165" />