<h3>କୋମଳ ବୟସରେ ପାଟିରେ ଅନର୍ଗଳ ଶ୍ଳୋକ | ଗଣେଶ ହେଉ କିମ୍ବା କାର୍ତିକ କିମ୍ବା ଆୟପ୍ପା..., ସମସ୍ତ ଭଗବାନଙ୍କ ଶ୍ଳୋକ ଓ ଦୈନନ୍ଦିନ ପୂଜା ସମ୍ପାଦନ କରନ୍ତି ଏହି କୁନି ପୂଜକ | ମାତ୍ର ୧୨ ବର୍ଷ ବୟସରେ ନିଜର ପାଠପଢା ସହ ଭଗବାନ ଙ୍କ ପୂଜାରେ ବ୍ୟସ୍ତ କୁନି ପୂଜକ ଆଶୁତୋଷ ପାତ୍ର କ୍ଷ</h3> <h3>ନବରଙ୍ଗପୁର ସହରର ପୂଜାରୀ ସାହି ସ୍ଥିତ ସନ୍ତୋଷ କୁମାର ପାତ୍ରଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଆଶୁତୋଷ | ବାପା ସନ୍ତୋଷ ସ୍ଥାନୀୟ ରାଜୁ ସାହି ସ୍ଥିତ ଗଣେଶ ମନ୍ଦିରର ପୂଜକ ହୋଇଥିବା ବେଳେ ବାପାଙ୍କ ପାଦରେ ପାଦ ମିଶାଇ ଆଜି ଆଶୁତୋଷ କୁନି ପୂଜକର ଆଖ୍ୟା ପାଇଛନ୍ତି | ସେ ବର୍ତ୍ତମାନ ଏକାସାଥିରେ ନିଜର ପାଠପଢା ସହ ମନ୍ଦିରରେ ଭଗବାନଙ୍କ ପୂଜା ପାଠ କରି ଚର୍ଚ୍ଚାରେ ଆସିଛନ୍ତି | ଯାହାକୁ ନେଇ ପରିବାର ବର୍ଗ ଗୌରାବାନ୍ୱିତ ହୋଇଛନ୍ତି |</h3> <img class=" wp-image-28008 aligncenter" src="https://nnsodia.com/wp-content/uploads/2024/05/18s-300x300.jpg" alt="" width="344" height="344" /> <h3>ନବରଙ୍ଗପୁର ସହର ଦାରୁବନ୍ଧ ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସପ୍ତମ ଶ୍ରେଣୀର ଛାତ୍ର ହେଉଛନ୍ତି ଆଶୁତୋଷ | ସେ ପ୍ରତିଦିନ ସକାଳ ୫ ଘଣ୍ଟା ସମୟରେ ନିଜର ନିତ୍ୟକର୍ମ ସାରି ବାପା ସନ୍ତୋଷଙ୍କ ସହିତ ରାଜୁ ସାହି ସ୍ଥିତ ଗଣେଶ ମନ୍ଦିରକୁ ଆସିଥାନ୍ତି | ସେଠାରେ ମନ୍ଦିରର ସମସ୍ତ ପୂଜା ପାଠ ସମ୍ପାଦନ କରିବା ପରେ ଘରକୁ ଫେରି ପୁଣି ସ୍କୁଲ ମୁହାଁ ହୋଇଥାନ୍ତି | ଶାନ୍ତ ସରଳ ଆଶୁତୋଷ ସ୍କୁଲ ରେ ଭଲ ପାଠ ପଢ଼ୁଥିବା କହିଛନ୍ତି ବିଦ୍ୟାଳୟର ଗୁରୁଜୀ |</h3> <h3>ଭକ୍ତମାନେ କୁନି ପୂଜକର ପୂଜାରେ ଖୁସି ପ୍ରକଟ କରିବା ସହ ତା' ପାଖରୁ ହିଁ ପୂଜା କରିବାକୁ ଇଛା ପ୍ରକାଶ କରିଥାନ୍ତି | ସେ ଛୋଟ ବେଳୁ ବାପାଙ୍କ ସହିତ ମନ୍ଦିର ଆସି ଏଭଳି ପୂଜାପାଠ ପ୍ରତି ଧ୍ୟାନ ଦେଇଥିବା କହିଛନ୍ତି ଆଶୁତୋଷ | ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଶିଖା ଯାଉଥିବା ଶ୍ଳୋକ ଓ ସଂକୃତ ତାଙ୍କ ପାଇଁ ବେଶ ଉପଯୋଗୀ ହୋଇଥିବା ବିଦ୍ୟାଳୟର ଗୁରୁଜୀ କହିଥିବା ବେଳେ ଆଶୁତୋଷ ମଧ୍ୟ ଏଭଳି କାର୍ୟ୍ୟ କରି ବେଶ ଖୁସି ଥିବା କହିଛନ୍ତି | ଅନ୍ୟପଟେ ଆଜିକା ଦିନରେ ପିଲାମାନେ ମୋବାଇଲ ଓ ଖେଳକୁଦ ରେ ମାତିଥିବା ବେଳେ ଆଶୁତୋଷ କିନ୍ତୁ, ବାପାଙ୍କୁ ଅନୁସରଣ କରି ଆଧ୍ୟାତ୍ମିକ ଚିନ୍ତାଧାରା ଆଡକୁ ଅଗ୍ରସର ହେବାକୁ ନେଇଁ ବାପା ଖୁସି ବ୍ୟକ୍ତ କରିବା ସହ ତାର ଭବିଷ୍ୟତ ଉଜ୍ବଳ କାମନା କରିଛନ୍ତି | ସେହିଭଳି ଆଶୁତୋଷ କୁନି ପୂଜକ ଭାବେ ନବରଙ୍ଗପୁରରେ ବେଶ ଚର୍ଚ୍ଚାରେ ଥିବାକୁ ନେଇଁ ଅଞ୍ଚଳବାସି ମଧ୍ୟ ଖୁସି ପ୍ରକଟ କରିବା ସହ ଜିଲ୍ଲାର ନାମ ରଖିବାକୁ କାମନା କରିଛନ୍ତି | ବୟତ</h3>