<h3>ସାଧାରଣ ନିର୍ବାଚନ -୨୦୨୪ ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇସାରିଛି । ଆଜି ଜିଲ୍ଳାର ୧୫ ଲକ୍ଷ ୭୬ ହଜାର ୧୦୫ ଜଣ ଭୋଟ ଦାତା ସେମାନଙ୍କ ସୁଚିନ୍ତିତ ମତ ଦାନ କରିବେ । ଏ ନେଇ ଜିଲ୍ଳା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି । ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଲୋକ ସଭା ପଦ ଓ ୭ ଟି ବିଧାନ ସଭା ପଦ ପାଇଁ ମତ ଦାନ ହେବ । ଜିଲ୍ଲା ପ୍ରଶାସନ ମହିଳା ଭୋଟର, ଯୁବ ପିଢି ଓ ସାଧାରଣ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ସର୍ବ ମୋଟ ୧୮୪୭ଟି ବୁଥରେ ଏହି ମତଦାନ କରିବେ ଭୋଟର । ତେବେ ଜିଲ୍ଳାର କେତେକ ୨୧୫ ଟି ସମ୍ବେଦନ ଶୀଳ ଓ ଅଧିକ ସମ୍ବେଦନ ଶୀଳ ବୁଥ ଭାବେ ଚିହ୍ନଟ କରି କଡା ସୁରକ୍ଷା ନେଇଛି ଜିଲ୍ଳା ପ୍ରଶାସନ । ସେପଟେ ସୁନ୍ଦରଗଡ଼ ରାଣୀ ବଗିଚା ୨୦୩ ବୁଥ ରେ EVM ଅଚଳ ଲୋକେ ଅସନ୍ତୋଷ । ଏକ ଘଣ୍ଟାରୁ ଅଧିକ ସମୟ ଅଚଳ ଅଛି । ସେକ୍ଟର ଅଫିସର ସୂଚନା ଦେଇଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇ ନାହିଁ |</h3>