ସାଧାରଣତଃ, ରୋଗୀ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଏ ସେତେବେଳେ ଡାକ୍ତର ପ୍ରଥମେ ରୋଗୀଙ୍କ ନଖକୁ ଦେଖିଥାନ୍ତି..ସଫା ଅଛି କି ନାହିଁ…ତେଣୁ ରୋଗୀମାନେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ନଖ ସଫା କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଡାକ୍ତର ରୋଗୀଙ୍କ ନଖ କାହିଁକି ଦେଖନ୍ତି..ତେବେ ଏହାକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । କୁହାଯାଏ ଯେ, ନଖରେ ଧଳା କିମ୍ବା କଳା ରଙ୍ଗର ଦାଗ ଦେଖାଗଲେ ଏହା ଶରୀରରେ ଭିଟାମିନ ଏ, କ୍ୟାଲସିୟମ, ପୋ୍ରଟିନ, ଆଇରନ କିମ୍ବା ଜିଙ୍କ ଭଳି କେତେକ ପୋଷକତତ୍ତ୍ୱର ଅଭାବ ଅଛି ବୋଲି ଦର୍ଶାଇଥାଏ । କିନ୍ତୁ ଆମେରିକାରରେ ଡାକ୍ତର ଲିଣ୍ଡସେ ଜୁବ୍ରିଟସ୍କି ଙ୍କ ରିସର୍ଚ୍ଚ ଅନୁଯାୟୀ, ନଖରେ ଧଳା କିମ୍ବା କଳା ରଙ୍ଗର ଦାଗ ଥିଲେ ଏହା ଚର୍ମ କର୍କଟ ବା ସବଙ୍ଗୁଆଲ୍ ମେଲାନୋମା ର ଲକ୍ଷଣ ହୋଇପାରେ । ଏହା ସାଧାରଣତଃ ବୁଢା ଅଙ୍ଗୁଳିର ଅଗ୍ରଭାଗରେ ପରିଲକ୍ଷିତ ହୋଇଥାଏ କିନ୍ତୁ ବେଳେବେଳ ଏହା ଯେକୌଣସି ଆଙ୍ଗୁଠିରେ ମଧ୍ୟ ହୋଇଥାଏ । ଭେରୱେଲ ହେଲ୍ଥ ରିପୋର୍ଟ ଅନୁଯାୟୀ, କେତେକ ଲୋକ ଏହାକୁ ଫଙ୍ଗଲ ସଂକ୍ରମଣ ବୋଲି ଭୁଲ ବୁଝିଥାନ୍ତି, କିନ୍ତୁ ପ୍ରକୃତରେ ଏହା ବିରଳ ପ୍ରକାରର ଚର୍ମ କର୍କଟର କାରଣ ହୋଇପାରେ । ହେଲେ ସମସ୍ତ ଅନ୍ଧାରରେଖା ଚର୍ମ କର୍କଟ ନୁହେଁ | କିନ୍ତୁ ଯଦି ଏହା ନରମ କିମ୍ବା ରେଖା ହାଲୁକା ଦେଖାଯାଏ, ତେବେ ଏହାକୁ ଡାକ୍ତରଙ୍କ ନିକଟରେ ପରୀକ୍ଷା କରାଇନେବା ଉଚିତ୍ ।