<h3>ବେସରକାରୀ ସଂସ୍ଥାରୁ ଲୋନ ନେଇ ଠିକ ସମୟରେ ନ ଦେବାରୁ ପୁଅ ଉପରେ ଅକଥନୀୟ ଅତ୍ୟାଚାର କଲେ ବେସରକାରୀ ସଂସ୍ଥାର ଯୁବକ। ତେବେ ଅତ୍ୟାଚାର ସହି ନ ପାରି ମାନସିକ ଚାପଗ୍ରସ୍ତ ହୋଇ ଘରେ ଫାଶୀ ଲଗେଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ନଡ଼ିଆ ଠୁଳ ଗ୍ରାମରେ। ଏହି ଗ୍ରାମର ସୁନିତା ପ୍ରାତ୍ର କିଛିଦିନ ପୂର୍ବରୁ S K S ଓ ସମାସ୍ଥା ଭଳି ବେସରକାରୀ ସଂସ୍ଥାରୁ ଲୋନ ଆଣିଥିଲେ। ତେବେ ନେଇଥିବା ସମସ୍ତ ଲୋନ ଟଙ୍କା ପରିଶୋଧ କରିଥିବା ବେଳେ ଶେଷ କିସ୍ତି ବାକିରହିଥିଲା । କିସ୍ତି ଅର୍ଥ ଆଦାୟ ପାଇଁ ଆସିଥିବା ସଂସ୍ଥାର ପ୍ରତିନିଧିଙ୍କୁ ସୁନିତା ପାତ୍ର କାଲି ଦେଇଦେବି ବୋଲି କହିବାରୁ ସୁନିତା ଉପରେ ବେସରକାରୀ ସଂସ୍ଥାର କର୍ମଚାରୀମାନେ ଗାଳିଗୁଲଜ କରିଥିଲେ । ପରଦିନ ସୁନିତା କାମକୁ ଚାଲିଯାଇଥିବାବେଳେ ସଂସ୍ଥାର କର୍ମଚାରୀ ପୁଅ ଉମାକାନ୍ତକୁ ଟଙ୍କା ମାଗି ମାନସିକ ନିର୍ୟ୍ୟାତନା ଦେଇଥିଲେ । ଆଉ କର୍ମଚାରୀମାନଙ୍କ ନିର୍ୟ୍ୟାତନା ସହି ନ ପାରି ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲିଅଭିଯୋଗ କରି କହିଛନ୍ତି ମାଆ। ଏନେଇ ଅସହାୟ ମାଆର ଲିଖିତ ଅଭିଯୋଗ ଭିତ୍ତିରେ ଝାରପୋଖରିଆ ଥାନାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଚଜଗ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠେଇବା ସହିତ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବେସରକାରୀ ସଂସ୍ଥା ଉପରେ ପୋଲିସ କିପ୍ରକାର କାର୍ୟ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା।</h3>