<h3>ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗର୍ଜନ ଶୁଣି ପୋଲିସ ବି ଛାନିଆ । ପୋଲିସବାବୁ ମନ୍ତ୍ରୀଙ୍କ ଗାଡି କଣ ଚେକ୍ କରିବେ ଛାନିଆ ହୋଇ ଛାଡିଦେଲେ । ଏମିତି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଠାରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଘଟଣାଟା କିଛି ଏମିତି...ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସବୁ ସ୍ଥାନର ଚେକ୍ ପୋଷ୍ଟରେ ପୋଲିସ ପ୍ରଶାସନ ଚେକିଂ ଏବଂ ବ୍ଲକିଂ କରି ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହନକୁ ଚେକ୍ କରୁଛି । ତେବେ ଏହି ଚେକିଂ ସମୟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡି ମଧ୍ୟ ସେହିବାଟ ଦେଇ ଗତି କରୁଥିଲା..ଆଉ ପୋଲିସ ଯେତେବେଳେ ତାଙ୍କ ଗାଡିକୁ ଚେକ୍ କରିବା ପାଇଁ ଚାହିଁଲା ମନ୍ତ୍ରୀ ଜଣକ ରାଗିଯାଇଥିଲେ ଏବଂ ଗାଡିରୁ ଓହ୍ଲାଇ ଚଢା ଗଳାରେ ପୋଲିସକୁ ତାଙ୍କ ଗାଡି ଚେକ୍ କରିବା ପାଇଁ କହିଥିଲେ । ହେଲେ ମନ୍ତ୍ରୀଙ୍କର ଏପରି ପ୍ରତିକ୍ରିୟା ଦେଖି ପୋଲିସ ମଧ୍ୟ ଛାନିଆ ହୋଇପଡିଥିଲା ଓ ତାଙ୍କ ଗାଡିକୁ ଆଉ ଚେକ୍ ନକରି ଛାଡିଦେଇଥିଲା । ତେବେ ଏ ନେଇ ପୋଲିସ କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।</h3>