ଆରମ୍ଭ ହୋଇସାରିଛି ଚାରି ଧାମର ଯାତ୍ରା .., ଦେବଭୂମି ଉତ୍ତରାଖଣ୍ଡକୁ ଦୌନିକ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି ,.,,. ସେପଟେ କେଦାରନାଥ , ବଦ୍ରିନାଥ , ୟମୁନେତ୍ରୀ , ଓ ଗଗୋତ୍ରୀ , କପାଟ ଖୋଲଛି ଫଳରେ ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତମାନେ ଆସୁଛନ୍ତି ।
ଶ୍ରଦ୍ଧାଳୁଙ୍କ ଭିଡ କୁ ଦେଖି ପ୍ରଶାସନ ଏକ ଆଡଭାଇଜରି ଏବେ ଜାରି କରିଛି ,., ଚାରିଧାମକୁ ଲାଗି ୨୦୦ ମିଟର ଭିତରେ ମୋବାଇଲ ଫୋନ କୁ କରାଯାଇଛି ବ୍ୟାନ ,., ଏହା ସହ ଯେଉଁମାନେ ଚାରିଧାମ ଯାତ୍ରାର ଆସୁଛନ୍ତି ସେମାନଙ୍କୁ ରେଜିଷ୍ଟ୍ରସନ କରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ରାଧା ରତୁଡି .. ଏହା ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି ଯେ ଯଦି ଏହାକୁ ପାଳନ ନକରାଯାଏ ତେବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ |
ଉତ୍ତରାଖଣ୍ଡର ବହୁ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରା ପାଇଁ ଆସୁଛନ୍ତି। ଏହି ସମୟ ମଧ୍ୟରେ, ଅନେକ ଭକ୍ତ ଆସୁଛନ୍ତି ଯେଉଁମାନେ କେବଳ ଦର୍ଶନୀୟ ସ୍ଥାନ ପାଇଁ ଆସୁଛନ୍ତି ଏବଂ ସେମାନଙ୍କର କିଛି କାର୍ଯ୍ୟ ହେତୁ ଲୋକଙ୍କ ଧାର୍ମିକ ବିଶ୍ୱାସ କ୍ଷତିଗ୍ରସ୍ତ ହେଉଛି | ସେଥିପାଇଁ ଯେପରି ଭକ୍ତ ଙ୍କ ଧାର୍ମିକ ଭାବନା କୁ ଯେପରି ଆଘାତ ନଲାଗିବା ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି | ତୀର୍ଥଯାତ୍ରୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଯାତ୍ରାର ପ୍ରତ୍ୟେକ ଷ୍ଟପ୍ରେ ଯାତ୍ରୀଙ୍କ ପାଇଁ ଖାଦ୍ୟ, ଜଳ, ଶୌଚାଳୟ ଇତ୍ୟାଦି ପାଇଁ ବ୍ୟବସ୍ଥା କରାଯାଇଛି। ଚାରି ଧାମ ଯାତ୍ରା ଉପରେ ପ୍ରଚାର ପ୍ରସାର କରୁଥିବା ତଥା ଯାତ୍ର ସମ୍ପର୍କରେ ମିଥ୍ୟା ଖବର କିମ୍ବା ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Plugin Install : Subscribe Push Notification need OneSignal plugin to be installed.