<h3>ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳାଫଳ ରେ ବିକାଶ ଆବାସିକା ବିଦ୍ୟାଳୟ ବରଗଡ ଓ ସିମେଣ୍ଟ ନଗର ଇଂଲିସ୍ ମିଡିୟମ ସ୍କୁଲ , ର ୯୦%ରୁ ଉର୍ଦୁ ମାର୍କ୍ ରଖୁଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସ୍କୁଲ୍ ତରଫରୁ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍ଠାରେ ସମ୍ବନ୍ଧିତ କରାଯାଇଛି । ଏକ ପ୍ରେସ୍ମିଟ୍ରେ ଦଶମ ଶ୍ରେଣୀର ୭୮ ଜଣ ଛାତ୍ରଛାତ୍ରୀ, ଓ ଦ୍ବାଦଶ ଶ୍ରେଣୀର ୭୨ଜଣ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ପିତାମାତା ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କ୍ରୀଷ୍ଣା ବିକାଶର ଚେୟାରମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ସମସ୍ତ ଅଧ୍ୟକ୍ଷ- ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ଦେଇ ସମ୍ବନ୍ଧିତ କରିଥିଲେ ।</h3> <h3>ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଓ ସିମେଣ୍ଟ ନଗର ଇଂଲିସ୍ ମିଡିୟମ୍ ସ୍କୁଲ୍, ବରଗଡ଼ର ର ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୨୭ ଜଣ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୮ ଜଣ ଛାତ୍ରଛାତ୍ରୀ ୯୫% ଏବଂ ଦଶମରେ ୭୮ଜଣ ଓ ଦ୍ୱାଦଶରେ ୭ ୨ଜଣ ଛାତ୍ରଛାତ୍ରୀଙ୍କ ୯୦% ରୁ ଉର୍ଦ୍ଧ୍ବ ମାର୍କ, ଦଶମରେ ୧୫୬ ଜଣ ଓ ଦ୍ୱାଦଶରେ ୨୭୬ ଜଣ ଛାତ୍ରଛାତ୍ରୀ ୮୦ ରୁ ଉର୍ଦ୍ଧ୍ବ ପ୍ରତିଶତ ମାର୍କ ରଖି ସ୍କୁଲକୁ ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଶ୍ରୀ ମୂରଲୀ କ୍ରୀଷ୍ଣା ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉଚ୍ଚମାନର ଫଳାଫଳ ପାଇଁ ତାଙ୍କର କଠିନ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ସମ୍ବର୍ଦ୍ଧନା ଉତ୍ସବ ଓ ପ୍ରେସ୍ମିଟ୍ରେ ସ୍ଵାଗତ ଭାଷଣ ଦେଇଥିଲେ । ବିକାଶ ଆବାସିକ ବିଦ୍ୟାଳୟର କାର୍ୟ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଏହି ପ୍ରେସ୍ମିଟ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବିଦ୍ୟାଳର ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ଧନ୍ୟବାଦ ଜ୍ଞାପନ କରିଥିଲେ ।</h3>