<h3>ସବୁଆଡେ ଏବେ ଭୋଟ ପାଇଁ ରାଜନେତା ବ୍ୟସ୍ତ .. ଭୋଟର ଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ ,. କିଏ ଟଙ୍କା ଦେଇ ଭୋଟ ହାତେଇବାକୁ ଯୋଜନା କରୁଛନ୍ତି ତ କିଏ ମଦ ଆଉ ମାଂସ ଦେଇ । ତେବେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର ଜଣେ ନେତ୍ରୀ ପୁଳାପୁଳା ଟଙ୍କା ସହ ଧରାପଡ଼ିଛନ୍ତି । ତାଙ୍କ ଗାଡ଼ିରୁ ପ୍ରାୟ ୧୩ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏତେ ଟଙ୍କା କେଉଁଠୁ ଆସିଲା ତା’ର ହିସାବ ଓ ସନ୍ତୋଷଜନକ ଉତ୍ତର ଅପୂର୍ବା ଦେବାରେ ସକ୍ଷମ ନହେବାରୁ ତାଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି |</h3> <h3>ନିର୍ବାଚନ ଦାୟିତ୍ୱରେ ଥିବା ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ବିଜେଡି ପ୍ୟାନେଲିଷ୍ଟ ଅପୂର୍ବା ଅପରୂପାଙ୍କ ସମେତ ଅନ୍ୟ ଜଣେ ଯୁବତୀ ଓ ଗାଡ଼ିଚାଳକକୁ ଅଟକ ରଖିଥିବାର ସୂଚନା ମିଳିଛି ।</h3> <h3>ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ଦିନ ୨ଘଣ୍ଟା ସମୟରେ ଚେକିଂ କରୁଥିବା ସମୟରେ ଭୁବନେଶ୍ୱର ରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ କଳା ରଙ୍ଗର କାର ରୁ ପୁଳାପୁଳା ଟଙ୍କା ଜବତ କରିଥିଲା ।ସେ ପୁଣି ବିଜେଡିର ନେତ୍ରୀ ଅପୁର୍ବା ଦାସ ଙ୍କ ଗାଡିରୁ । ବର୍ତ୍ତମାନ ଫ୍ଲାଇଙ୍ଗ ସ୍କ୍ବାର୍ଡ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଯାଉଥିଲା ଏତେ ପରିମାଣର ଟଙ୍କା । ତାହା ରହସ୍ୟ ଘେରରେ ବର୍ତ୍ତମାନ । ସତ୍ୟତା ସାମ୍ନାକୁ ଆସିବ କିଛି ସମୟପରେ ଯେ, ବିଜେଡି ନେତ୍ରୀ ହାରାହାରି ୧୨ ଲକ୍ଷ ଟଙ୍କା କ୍ୟାଶ ନେଇ ଲୋକଙ୍କୁ ବାଣ୍ଟିବାକୁ ନେଉଥିଲେ |</h3>