<h3>ରଘୁନାଥ ଜୀଉ ମଠରେ ତାଲା ପକାଇଲେ ଗ୍ରାମବାସୀ। ପ୍ରଶାସନର ଅବହେଳା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଯଶୀପୁରଠାରେ ଥିବା ରଘୁନାଥ ଜୀଉ ମଠରେ ତାଲା ପକାଇଲେ ଗ୍ରାମବାସୀ ଓ ଚନ୍ଦନ ମେଳା କମିଟି | ଆଗକୁ ଚନ୍ଦନ ମେଳା ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଠାକୁରଙ୍କ ବିମାନ ତିଆରି ନ ହୋଇପାରିବା ସହ ପଡିଆ ତଥା ମନ୍ଦିରର ଚତୁର୍ପାଶ୍ୱ ସଫା ନହେବା ଫଳରେ ଯଶୀପୁର ଗଢ଼ତଳସାହି ଗ୍ରାମବାସୀଙ୍କ ସହ ଚନ୍ଦନ ମେଳା କମିଟି ଅନିର୍ଦ୍ଦିଷ୍ଟ କାଳପାଇଁ ରଘୁନାଥ ଜିଉ ମଠରେ ତାଲା ପକାଇ ଦେଇଛନ୍ତି | ଯାହା ଫଳରେ ଠାକୁରଙ୍କ ନିତିକାନ୍ତି ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି | ତେଣୁ ଆଗାମୀ ଦିନରେ ଯଶୀପୁରରେ ଅନୁଷ୍ଠିତ ହେଉଥିବା ରଘୁନାଥ ଜୀଉଙ୍କ ଐତିହାସିକ ଚନ୍ଦନ ମେଳା ବନ୍ଦ ହୋଇଯିବା ଆଶଙ୍କା ରହିଛି ।</h3>