<h3>ସାଲେପୁର: ଚିତ୍ରୋତ୍ପଳା ନଦୀତଟରେ ନିଶ୍ଚିନ୍ତକୋଇଲି ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ପ୍ରତିବର୍ଷ ଆଜିର ଦିନରେ ଏହି ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଭକ୍ତମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବଙ୍କ ମସ୍ତକରେ ଢାଳି ଜଳାଭିଷେକ କରିଥାନ୍ତି । ଏହି ଉପଲକ୍ଷେ ଏଠାରେ ବଡ ଧରଣର ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଅଛି। ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦ୍ୱାରା ଭଜନ ସଂକୀର୍ତନ ଅନୁଷ୍ଠିତ ହେବା ସହ ଏକ ଦିବସ ବ୍ୟାପି ଶନିଶ୍ଚର ମହାଯଜ୍ଞ ଅନୁଷ୍ଠିତ ହେଉଛି ଜ୍ଝ ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ ତଥା ମନୋରଞ୍ଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଅନ୍ୟାନ୍ୟ ପୀଠମାନଙ୍କରେ ଜଳାଭିଷେକ ଅନୁଷ୍ଠିତ ହେଉଥିଲେ ହେଁ ଜନାର୍ଦନପୁର ଶନିଶ୍ଚର ପୀଠର ମାହାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ଜ୍ଝଶୃଙ୍ଖଳା ରକ୍ଷା ନିମନ୍ତେ ନେମାଳ ଓ ସାଲେପୁର ପୋଲିସ ନିୟୋଜିତ ହୋଇଛନ୍ତି!</h3>