<h3>ସୁବର୍ଣ୍ଣପୁର,୧୧/୦୫/୨୪: ସୁବର୍ଣ୍ଣପୁରରେ ଅଘଟଣ । ଦୁଇ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ଗୋଟିଏ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣା ମୁତାବକ, କରିସ୍ମା ନାମକ ଏକ ଯାତ୍ରୀବାହୀ ବସ ସୋନପୁରରୁ ସମ୍ବଲପୁରକୁ ଯାଉଥିଲା । ଅନ୍ୟପଟୁ ଚକାଡୋଳା ନାମକ ଏକ ବସ୍ ସମ୍ବଲପୁର ପଟୁ ଆସୁଥିବାବେଳେ ଡୁଡୁପାଲି ବୁଲାଣିରେ ଦୁଇଟିି ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କରିସ୍ମା ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ଚକାଡୋଳା ବସର ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆହତମାନଙ୍କୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।</h3>