<h3>ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ,., ନିର୍ବାଚନ ପାଇଁ ଜୋରସୋର ରେ ପ୍ରସ୍ତୁତି ଲାଗିରହିଛି ,., ଆଉ ଭୋଟ ପାଇଁ ଟଙ୍କା କାରବାର ର ମଧ୍ୟ ଅନେକ ଥର ଦେଖିବାକୁ ମିଳେ .. ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ,.,.. ଆନ୍ଧ୍ରପ୍ରଦେଶ ର ଏନଟିଆର ଜିଲ୍ଲାର ଏକ ଚେକ ପୋଷ୍ଟରେ .. ଯେଉଁଥିରେ ଏକ ଟ୍ରକ ରେ ପୁଳେ ପୁଳେ ଟଙ୍କା ଜବତ କରାଯାଇଛି ,. ଯାହାର ଆନୁମାନିକ ମୂଲ୍ୟ ୮ କୋଟି ରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସକାଳୁ ସକାଳୁ ଗାରିକାପଡୁ ଚେକପୋଷ୍ଟରେ ଏହି ଘଟଣା ଘଟିଥିବାର ସୂଚନା ରହିଛି। ନିର୍ବାଚନ ଚାଲିଥିବା ବେଳେ ଏପରି ପୁଳା ପୁଳା ଟଙ୍କା ଜବତ ହୋଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ପାଇପ୍ ବୋଝେଇ ଲରି କ୍ୟାବିନରୁ ପୁଳା ପୁଳା ଟଙ୍କା ଜବତ କରିଛି ପୁଲିସ। ଏହି ଟଙ୍କାକୁ ଗୋପନ ଭାବେ ଲୁଚାଇକି ନିଆ ଯାଉଥିଲା। ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ବାଟରେ ପୁଲିସ୍ ହାବୁଡ଼ରେ ପଡିଯାଇଥିଲା । ଜବତ ହୋଇଥିବା ଟଙ୍କା ପ୍ରଥମେ ଜିଲ୍ଲା ତଦନ୍ତକାରୀ ଟିମକୁ ହସ୍ତାନ୍ତର କରାଯିବ। ପରେ ନିର୍ବାଚନ ଅଧିକାରୀ ଏହି ଘଟଣାରେ ପରବର୍ତ୍ତୀ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବେ।</h3>