<h3>ରେଙ୍ଗାଲି, ୦୯/୫/୨୦୨୪: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରାଜନୀତି ରେ ଯିବା ଆସିବା ପର୍ବ ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାରେ କଂଗ୍ରେସର ଜଣେ ପୁରୁଖା ନେତା, ସଂଗଠକ ଏବଂ ତୃଣ ମୂଳ ସ୍ତରରେ ତାଙ୍କର ବେଶ ସଂଗଠନ ରହିଥିବା କର୍ମୀ ଶ୍ରୀ ଦୁର୍ଗା ଶଙ୍କର ବାଗ କଂଗ୍ରେସ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି | ସେ ଦୀର୍ଘ ୪୦ ବର୍ଷ କାଳ କଂଗ୍ରେସ ସହିତ ଜଡ଼ିତ ଥିଲେ କିନ୍ତୁ ଆଜି ସେ କଂଗ୍ରେସ ପାଇଁ ଅଲୋଡ଼ା ହୋଇଗଲେ କଂଗ୍ରେସର କୋଣ ଠେସା ପାଇଁ ଆଜି ସେ ଇସ୍ତଫା ଦେଇଛନ୍ତି | ସେ ବାହାରି ଯିବା ଫଳରେ ରେଙ୍ଗାଲି ଅଂଚଳରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି | ଆଗାମୀ ଦିନରେ ଯଦି କଂଗ୍ରେସ ଏଭଳି ସଂଗଠକ ମାନଙ୍କୁ ହରାଇବ ତାହେଲେ ଏହାର ପ୍ରଭାବ ଭୋଟରେ ପଡ଼ିବ ଏବଂ ସେ ଯେଉଁ ରଣନୀତି ପ୍ରସ୍ତୁତ କରୁଛି ତାହାର ଓଲଟା ପ୍ରଭାବ ପଡ଼ିବ |</h3>