<h3>୨୦୨୪ ସଧାରଣ ନିର୍ବାଚନ କେଉଁଭଳି ସୁରୁଖୁରୁରେ ହେବ ସେନେଇ ପୁଲିସ ଅଧିକାରୀ ଅଧିକ ସଜାଗ ଓ ସଚେତନ ହେଉଥିବା ବେଳେ । ନିଶା ମାଫିଆଙ୍କୁ ସତେ ଯେମିତି ମିଳିଛି ସୁଯୋଗ । ଏହି ସମୟର ଭରପୁର ଫାଇଦା ମାରୁଛନ୍ତି ନିଶା ବ୍ୟବସାୟୀ । ହେଲେ ଚୋର ଯେତେ ଚାଲାକ ହେଲେବି ପୁଲିସ ଆଖିରୁ ବା କିଏ ବର୍ତ୍ତିବ । ଫିଲ୍ମି ଷ୍ଟାଇଲରେ ଅଟୋରେ ପାର୍ସଲ ପ୍ୟାକିଗଂ ଭରି ଚାଲଣ ହେଉଥିଲା କଫସିରଫ, ହେଲେ ମାଡିବସିଲା ପୁଲିସ । ତେବେ ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ ଦିନ ଦ୍ୱିପ୍ରହରରେ ସୁଦପଡ଼ା ବାଇପାସ ଦେଇ ଏକ ଅଟୋ ରିକ୍ସାରେ ବିପୁଳ ପରିମାଣର କଫସିରଫ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ସୁଦପଡ଼ା ବାଇପାସ ନିକଟରେ ଜଗିଥିଲା ପୁଲିସ । ସେଥିରୁ ୧୮୫୦ ଗୋଟି ଏସ୍କପ କଫ ସିରଫ ବୋତଲ ଜବତ କରିଛି ପୋଲିସ। ବଲାଙ୍ଗିର ସହରର ବିଭିନ୍ନ ଅଞ୍ଚଳରେ ଏହା ନିଶା ଜନିତ ଭାବରେ ବିକ୍ରି ହୋଇଥାନ୍ତା । ଏଥିରେ ସଂପୃକ୍ତ ଏକ ଇନ୍ଫିଲ୍ଡ ବୁଲେଟ ଗାଡ଼ି, ଏକ ଅଟୋ ରିକ୍ସା, ୪ଟି ମୋବାଇଲ ଫୋନ ଜବତ କରିବା ସହ, ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ପ୍ରଦୀପ କୁମାର ସାହୁ ।</h3>