<h3>ବିଜେପି ନୁହେଁ ବରଂ ସ୍ବାଧୀନରୁ ଲଢିବେ ସୌମ୍ୟ । ହଁ ଆଜ୍ଞା ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ନେତା ସୌମ୍ୟ ପଟ୍ଟନାୟକ । କିଛିଦିନ ହେବ ଚର୍ଚ୍ଚା ଯୋରଧରିଥିଲା ବିଜେପି ଟିକେଟରେ ସୌମ୍ୟ ଘସିପୁରା ନିର୍ବାଚନ ମଣ୍ଡଳୀପାଇଁ ପ୍ରାର୍ଥୀ ହୋଇପାରନ୍ତି । ଖାଲି ସେତିକିନୁହେଁ ନିକଟରେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଥିବା ବେଳେ ସୌମ୍ୟ, ଶାହଙ୍କୁ ଭୁବନେଶ୍ୱରରେ ମଧ୍ୟ ଭେଟିଥିଲେ । ତେବ ଉଭୟଙ୍କ ଏହି ସାକ୍ଷତ ଗଣମାଧ୍ୟମକୁ ସୌମ୍ୟଙ୍କ ବିଜେପିରେ ମିଶିବା ନେଇ ଖୋରାକ ଯୋଗାଇଥିଲା । ଯାହା ପରମୁହୁର୍ତରେ ସୌମ୍ୟ ଗଣମାଧ୍ୟରେ କହିଥିଲେ ବିଜେପିରୁ ତାଙ୍କୁ ରହିଛି ଅଫର । ସୌମ୍ୟ ଗତ ୪ଦିନ ତଳେ କେନ୍ଦୁଝର ଗସ୍ତରେ ଯାଇ ମା’ତାରିଣୀଙ୍କ ଦର୍ଶନ କରିଥିଲେ । ହେଲେ ପଞ୍ଚମ ପର୍ୟ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ଅଙ୍କ ବିଗିଡିଥିବା ଦେଖିବାକୁ ମିଳିଥିଲା । ବିଜେପି ସେଠାରେ ଡଃ ଶମ୍ଭୁନାଥ ରାଉତଙ୍କୁ ଗୁରୁବାର ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସେବେଠୁଁ ବୋଧୂଏ ଚିନ୍ତାରେ ଥିଲେ ସୌମ୍ୟ । ତେବ ନିଜ ଗାଁ ଆନନ୍ଦପୁରଠାରେ ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ମିଶି ବୈଠକ ପରେ ଘସିପୁରାରୁ ଲଢିବା ନେଇ ଦୃଷ୍ଟି ଆକର୍ଶଣ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଘସିପୁରାର ଲୋକମାନେ ପରାମର୍ଶ ଦେଇଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ସୋମବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ବିଜେପି ଟିକେଟ୍ ନଦେବାରୁ ସେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ବରି ବିଧାନସଭା ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ସହ ବରିବାସୀ ଅଛନ୍ତି । କୌଣସି ଦଳ ତାଙ୍କ ପାଇଁ ବଡ଼ ନୁହେଁ ବରଂ ବରିବାସୀଙ୍କ ସୁଖଦୁଃଖରେ ରହିବାକୁ ସେ ଗୁରୁତ୍ୱ ଦିଅନ୍ତି ବୋଲି କହିଥିଲେ ।</h3>