<h3>ସବୁ ଅପେକ୍ଷାର ଘଟିଛି ଅନ୍ତ, କଂଗ୍ରେସ ଉଭୟ ଆମେଠି ଓ ରାୟବରେଲି ପାଇଁ ଘୋଷଣା କରିଛି ପ୍ରାର୍ଥୀ । ତେବେ ଦେଶରେ ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ । ଏଥର ଉତ୍ତର ପ୍ରଦେଶ ରାୟବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି । ଏ ନେଇ ସୂଚନା ଦେଇଛନ୍ତି ଏ ଆଇ ସିସି । ଏଥିସହ ରାହୁଲ ଆଜି ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାବାଦ ଆମେଠିରୁ କିଶୋରୀଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।ଉଭୟ ରାୟବରେଲୀ ଓ ଆମେଠି ପାଇଁ ପୂର୍ବରୁ କଂଗ୍ରେସ ତାଲିକାରେ ରାହୁଲ ଗାନ୍ଧି ଓ କିଶୋରି ଲାଲ ଶର୍ମାଙ୍କ ନାମ ନ ଥିଲା । ମାତ୍ର ନାମାଙ୍କନ ଦାଖଲର ଠିକ୍ ପୂର୍ବରୁ କଂଗ୍ରେସ ଖେଲିଛି ନିଜ କାର୍ଡ । ତେବେ ୨୦୦୪ରୁ ୨୦୧୯ ଯାଏଁ ରାହୁଙ୍କ ହାତରେ ଆମେଠିରହିଥିବା ବେଳେ, ୨୦୧୯ରେ ସ୍ମୃତି ଇରାନୀ ବେଶ ଚମତ୍କାର ଭାବରେ ରାହୁଲଙ୍କୁ ହରାଇ ଦେଇଥିଲେ । ଯଦିଓ ରାହୁଲ ୨୦୧୯ରେ ଉଭୟ ଆମେଠି ସହ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ । ଆମେଠିରୁ ହାରିଥିଲେ ମଧ୍ୟ ୱାୟନାଡରୁ ଜିତି ସେ ଲୋକସଭାକୁ ଯାଇଥିଲେ । ଏଥରବି ବିଜେପି ସ୍ମୃତି ଇରାନୀଙ୍କୁ ଆମେଠିରୁ ନିଜ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇଛି । ଅପରପକ୍ଷେ ରାୟବରେଲିରେ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଟିକେଟ ଦେଇଛି । ୨୦୧୯ ମସିହା ନିର୍ବାଚନରେ ରାୟବରେଲିରୁ କଂଗ୍ରେସ ନେତା ସୋନିଆ ଗାନ୍ଧି ଜିତିଥିଲେ। ଏଥିର ଏହି ଆସନରୁ ତାଙ୍କ ପୁଅ ରାହୁଲ ଗାନ୍ଧି ଛିଡ଼ା ହେଉଛନ୍ତି । ଏଥର ଆମେଠିରେ କଂଗ୍ରେସ ପ୍ରଥମ ଥର ପାଇଁ କିଶୋରି ଲାଲ ଶର୍ମାଙ୍କୁ ଛିଡ଼ା କରାଇଛି। କିଶୋରୀ ଲାଲ ସୋନିଆ ଗାନ୍ଧିଙ୍କ ଖାସ୍ ଅନୁଗତ । ସେ ରାୟବରେଲିରେ ସୋନିଆ ଗାନ୍ଧିଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆମେଠି ଓ ରାୟବରେଲି ସବୁବେଳେ ଗାନ୍ଧି ପରିବାର ନିକଟରେ ରହି ଆସୁଥିବା ବେଳେ ଏଥର କିନ୍ତୁ କଂଗ୍ରେସ ଏହି ଆସନରୁ ଜଣେ ଅଣ ଗାନ୍ଧି ପରିବାର ସଦସ୍ୟଙ୍କୁ ଛିଡ଼ା କରାଇଛି ।</h3>