<h3>ସବୁ ବାପା-ମା ଚାହାନ୍ତି ତାଙ୍କ ପିଲାମାନେ ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ସବଳ ହୁଅନ୍ତୁ ।ପିଲାମାନେ ଘରର ରନ୍ଧା ଖାଦ୍ୟକୁ ଛାଡି ଷ୍ଟି୍ରଟ ଫୁଡ ବା ଫାଷ୍ଟଫୁଡ ଖାଇବାକୁ ଖୁବ୍ ଭଲ ପାଇଥାନ୍ତି । ଯାହାକି ତାଙ୍କ ପିଲାମାନଙ୍କୁ ନେଇ ବାପା-ମାଙ୍କ ଚିନ୍ତା ବଢାଇଥାଏ । ହେଲେ ବେଳେବେଳେ ବାପା-ମା ମଧ୍ୟ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଖୁଆଇବା ଜାଗାରେ ଏମିତି ଅନେକ ପ୍ରକାରର ଖାଦ୍ୟ ଖୁଆଇଥାନ୍ତି ଯାହାକି ପିଲାମାନଙ୍କ ଶରୀର ପ୍ରତି ହାନିକାରକ ହୋଇଥାଏ । ତେବେ ଆଜି ଆମେ ଆପଣମାନଙ୍କୁ ଏମିତି ହିଁ କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କି ପିଲାଙ୍କ ଶରୀରରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପରିବର୍ତ୍ତେ ସ୍ଲୋ ପୟଜନ ଭଳି କାମ କରିଥାଏ । ସେହି ଖାଦ୍ୟଗୁଡିକ ମଧ୍ୟରୁ ପ୍ରଥମଟି ହେଲା- ହେଲ୍ଥ ଡି୍ରଙ୍କ- ବଜାରରେ ଏମିତି ଅନେକ ପ୍ରକାରର ହେଲ୍ଥ ଡି୍ରଙ୍କ ମିଳିଥାଏ ଯାହାକୁ ହେଲଦି ଭାବି କି ଆମେ ଆମ ପ୍ରତିଦିନର ଖାଦ୍ୟଶୈଳୀରେ ସାମିଲ କରିଥାଉ । ଏହାକୁ ପିଇଲେ ପିଲାମାନଙ୍କ ଶାରୀରିକ ବୃଦ୍ଧି ଘଟାଇବାରେ ସହାୟକ ହେବ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ପ୍ରକୃତରେ ଏଥିରେ କେବଳ ଚିନି ମିଶି୍ରତ ପାଣି ରହିଥାଏ ଯାହାକୁ ପିଇବା ପରେ ପିଲାମାନଙ୍କ ଶାରୀରିକ ବୃଦ୍ଧି ହେବା ପରିବର୍ତ୍ତେ ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥାଏ । ଦ୍ୱିତୀୟଟି ହେଲା- କୁକିଜ- କୁକିଜ ଖାଇବାକୁ କାହାକୁ ବା ଭଲ ନ ଲାଗେ କିନ୍ତୁ ଏହୀ ସୁସ୍ୱାଦୁ କୁକିଜ ଯେ ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ତାହା ଆମେ ଭୁଲିଯାଉ । କାହିଁକି ନା ଏହି ସୁସ୍ୱାଦୁ କୁକିଜରେ ରହିଛି ଅଟା, ମଇଦା, ପାମ ଅଏଲ ଏବଂ ଚିନି । ଅଧିକ ଚିନି ମିଶି୍ରତ ଖାଦ୍ୟ ଖାଇବା ପିଲାଙ୍କ ସୁଗାର କ୍ରେଭିଂ ଲେବଲକୁ ବୃଦ୍ଧି କରିଥାଏ । ଯାହା ଭବିଷ୍ୟତରେ ଆପଣଙ୍କ ପିଲାଙ୍କ ଶରୀରରେ ଅନେକ ପ୍ରକାର ରୋଗର କାରଣ ପାଲଟିଥାଏ । ଏବଂ ତୃତୀୟଟି ହେଲା- ଇନଷ୍ଟାଣ୍ଟ ନୁଡଲ୍ସ ଭଳି ପ୍ୟାକେଜିଂ ଫୁଡ । ଏହାକୁ ବନାଇବା ପାଇଁ ଅତିକମ୍ରେ ଦୁଇ ମିନିଟ ସମୟ ଲାଗିଥାଏ । ଆଉ ଆମର ଏଇ ବ୍ୟସ୍ତ ବହୁଳ ଜୀବନରେ ଯେଉଁ ଖାଦ୍ୟଗୁଡିକ ବନାଇବାରେ କମ୍ ରୁ କମ୍ ସମୟ ଲାଗେ ଆମେ ତାକୁ ହିଁ ଖାଇଥାଉ । ଆଉ ପିଲାମାନଙ୍କୁ ମଧ୍ୟ ଏହି ଇନଷ୍ଟାଣ୍ଟ ନୁଡଲ୍ସ ଭଳି ପ୍ୟାକେଜିଂ ଫୁଡ ହିଁ ଖାଇବାକୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ଏହା ତାଙ୍କ ସ୍ୱାସ୍ଥ୍ୟକୁ ବହୁତ ହାନି ପହଞ୍ଚାଇଥାଏ । ତେଣୁ ତାଙ୍କୁ ଏ ଖାଦ୍ୟ ଭଲ ଳାଗୁଥିଲେ ଏହାକୁ କମ୍ ପରିମାଣରେ ଖାଇବାକୁ ଦିଅନ୍ତୁ ।</h3>