<h3>କୋରାପୁଟ,୦୧।୦୫(ନି ପ୍ର): ଆସନ୍ତା ସଧାରଣ ନିର୍ବାଚନ ପାଇଁ ରାଜ୍ୟ ବିଜେଡି ଦଳର ଷ୍ଟାର୍ ପ୍ରଚାରକ ପାଇବ୍ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଜୟପୁର ଗସ୍ତ କରି ଏକ ସଭାରେ ଯୋଗଦେବା ସହ ରୋଡ଼ ସୋ ଜରିଆରେ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି। ପାଇବ୍ ଟି ଅଧ୍ୟକ୍ଷ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ଯୋଗେ ଜୟପୁର ବିମାନବନ୍ଦର ରେ ସଂଧ୍ୟା ୬:୦୦ ଘଣ୍ଟା ସମୟରେ ପହଞ୍ଚିଥିଲେ। ଜୟପୁର ବିଜେଡ଼ି ପକ୍ଷରୁ ଶ୍ରୀ ପାଣ୍ଡିଆନ୍ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଜୟପୁର ବିଧାନସଭା ଆସନର ବିଧାୟକ ପ୍ରାର୍ଥୀନୀ ଡ. ଇନ୍ଦିରା ନନ୍ଦ, କୋରାପୁଟ ସାଂସଦ ପ୍ରାର୍ଥୀନୀ କୌସଲ୍ୟା ହିକ୍କକା ଏବଂ ବିଜେଡିର ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ ସ୍ଥାନୀୟ ଦଶହରା ପଡ଼ିଆ ନିକଟକୁ ପାଛୋଟି ନେଇଥିଲେ। ସେଠାରେ ଏକ ସଭା କାର୍ୟ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍ ଯୋଗେଦେଇ ନିଜର ଅଭିଭାଷଣ ରଖିଥିଲେ। ରାଜ୍ୟ ସରକାର ଜୟପୁର ନିର୍ବାଚନ ମଣ୍ଡଳୀରେ ବିକାଶ ନିତି କୁ ପ୍ରାଧାନ୍ୟତା ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜସ୍ର ଅନୁଦାନ ଦେଈ ବିଭିନ୍ନ କ୍ଷେତ୍ରରେ ବିକାଶ କରିଛନ୍ତି ବୋଲି କହିଛନ୍ତି। ବିକାଶ ମଧ୍ୟରେ, ପ୍ରଥମେ ଶିକ୍ଷ୍ୟାକୁ ଗୁରୁତ୍ବ ଦେଇ ପାଇବ୍ ଟି ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିଦ୍ୟାଳୟ ଗୁଡ଼ିକୁ ନୂଆରୂପରେଖା ଦେଈ ତୋଳିବା,ଉତ୍ତମ ଶିକ୍ଷ୍ୟା ବ୍ୟବସ୍ଥା ଯୋଗାଇଦେବା ତତ୍ ସହିତ ବିକ୍ରମଦେବ କଲେଜ କୁ ବିଶ୍ଵବିଦ୍ୟାଳୟ ରେ ଗଢ଼ିବା, ବିଜ୍ଞାନ କେନ୍ଦ୍ର, କ୍ରୀଡ଼ାର ଭିତ୍ତି ଭୂମି ପାଇଁ କ୍ରୀଡ଼ା କମ୍ପ୍ଲେକ୍ସ,ଜଗନ୍ନାଥ ସାଗରର ଉନ୍ନତିକରଣ, ବୋରୀଗୁମ୍ମାକୁ ଏନ୍ଏସି ମାନ୍ୟତା ଦେବା,ମିସନ ଶକ୍ତି ଯୋଜନାରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଏମିତି ବହୁତ କିଛି ଯୋଜନାର ଜୟପୁରର ବିକାଶ କାର୍ୟ୍ୟ କରାଯାଇଛି। ଏବଂ ଆଗାମୀ ଦିନରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବିକାଶ ମୁଳକ କାର୍ୟ୍ୟ କରିବାକୁ ଯୋଜନା କରିଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀର ବିକାଶ ନିତିରେ ତ୍ବରାନ୍ବିତ କରିବାଲାଗି ବିଧାୟକ ପ୍ରାର୍ଥୀନୀ ଡ଼. ଇନ୍ଦିରା ନନ୍ଦ, ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକ୍କକା ଦୁଇ ଭଉଣୀ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ନବୀନ ସରକାର ଗଢିବାରେ ସହଯୋଗ କରନ୍ତୁ, ଏବଂ ନୁଆ ଓଡ଼ିଶା ନବିନ ଓଡ଼ିଶା ଯୋଜନା ମାଧ୍ୟମରେ ଜୟପୁର ସହରକୁ ନୂଆଁ ରୁପରେଖା ଦେବାରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି। ଜୟପୁର ଇତିହାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସମ୍ମାନ ଦେଇ ଜୟପୁର ବିଧାନସଭା ଆସନରେ ବିଧାୟୀକା ପ୍ରାର୍ଥୀନୀ ଭାବେ ଡ଼. ଇନ୍ଦିରା ନନ୍ଦଙ୍କୁ ସୁଯୋଗ ଦେଇଛନ୍ତି। ସେହିଭଳି କୋରାପୁଟ ସାଂସଦ ପ୍ରାର୍ଥୀନୀ ଭାବେ ମଧ୍ୟ ଜଣେ ମହିଳା କୌଶଲ୍ୟା ହିକ୍କକାଙ୍କୁ ପୁଣିଥରେ ସୂଯୋଗ ଦେଇଛନ୍ତି ବୋଲି କହି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଧାୟୀକା ପ୍ରାର୍ଥୀନୀ ଡ଼. ଇନ୍ଦିରା ନନ୍ଦ ଏବଂ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକ୍କକା ମଧ୍ୟ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଜୟପୁର ପ୍ରତି ରହିଥିବା ଅବଦାନକୁ ଦୋହରାଇ ଅନେକ ନୂଆଁ ଯୋଜନାରେ ଜୟପୁରର ବିକାଶକୁ ଆଗକୁ ନେବା ପାଇଁ ଫାଇବ୍ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଏବଂ ନବିନ ସରକାରଙ୍କୁ ଅନୁରୋଧ କରିଛନ୍ତି। ତତ୍ ସହିତ ଜୟପୁର ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ବିପୁଳ ମାତ୍ରା ରେ ବିଜେଡି କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ସମ୍ମାନୀତ ଅତିଥି ରୂପେ ଓଲିଉଡ ଷ୍ଟାର ଅଭିନେତା ବାବୁ ସାନ ଅଭିନେତ୍ରୀ ଏଲିନା, ଭୂମିକା ଯୋଗ ଦେଇଥିଲେ, ଏହି ରୋଡ଼ ସୋ ବାବା ସାହେବ୍ ଆମ୍ବେଦକର ଛକ ଠାରୁ ବାହାରି ମୂଖ୍ୟ ଟ୍ରାଫିକ ଛକ ଦେଇ ରାଜା ନହର ଦେଇ ସହର ପରିକ୍ରମା କରି ଜୟପୁର ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କୁ ବିଜେଡି ସପକ୍ଷରେ ମତଦାନ କରିବାକୁ ଆହ୍ୱାନ କରିଥିଲେ।</h3>