<h3>ବିଜେଡ଼ି ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ । ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ା ପ୍ରଦୀପ ପାଣିଗ୍ରାହୀ କୋର୍ଟଙ୍କ ସର୍ତ୍ତକୁ ଅବମାନନା କରିଥିବା ଅଭିଯୋଗ କରିଛନ୍ତି ତୁମ୍ବନାଥ ପଣ୍ଡା । ଟାଟା ମୋର୍ଟସରେ ଚାକିରି କରାଇଦେବା ନେଇ ନୀରିହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋର୍ଟସର ନକଲି ଇମେଲ ଆଇଡି ପ୍ରସ୍ତୁତ କରିବା ସହ ଟାଟା ମୋର୍ଟସର ଏମଡି ଭାବେ ନିଜକୁ କହିଥିଲେ ପ୍ରଦୀପଙ୍କ ସହଯୋଗୀ ଆକାଶ ପାଠକ । ଏନେଇ ଟାଟା ପକ୍ଷରୁ ଏତଲା ଦାୟର ହେବା ପରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା ତଦନ୍ତ କରାଯାଇ ପ୍ରଦୀପ ଜେଲ ଯାଇଥିଲେ । ଜେଲରୁ ବେଲରେ ଆସିଥିବା ବେଳେ ବର୍ତ୍ତମାନ କୋର୍ଟର ସର୍ତ୍ତକୁ ଅବମାନନା କରିଛନ୍ତି । ପ୍ରଥମ ସର୍ତ୍ତ ଥିବା କୋର୍ଟ ଯେଉଁ ସମୟରେ ତାଙ୍କୁ ବିଚାରଣା ପାଇଁ ଡାକିବେ ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ ଓ ଏହି ମାମାଲା ବିରୁଦ୍ଧରେ ସେ ପ୍ରେସ ବିବୃତି ଦେଇପାରିବେ ନାହିଁ । କିନ୍ତୁ ପ୍ରଦୀପ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି କୋର୍ଟର ସର୍ତ୍ତକୁ ସେ ସମ୍ପୂର୍ଣ ରୂପେ ଉଲ୍ଲଂଘନ କରି ବାରମ୍ବାର ପ୍ରେସ ବିବୃତି ରଖୁଛନ୍ତି । ଏହାସହ ସେ ୪ ରୁ ୫ ଥର ହେଲାଣି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ମଧ୍ୟ ହେଉନାହାଁନ୍ତି । ଯାହାଫଳରେ ଜନସାଧାରଣଙ୍କ ନିକଟରେ ପ୍ରଶ୍ନ ଉଠିଛି ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତି ପ୍ରଦୀପଙ୍କ କୌଣସି ସମ୍ମାନ ନାହିଁ । ତେଣୁ ପ୍ରଦୀପ ଜଣେ ଅଦାଲତ ଅବମାନନା କରିଥିବା ଏକ ଆସାମୀ ଆମେ ବିବେଚନା କରୁଥିବା ବେଳେ ଲୋକେ ତାଙ୍କୁ ସେଭଳି ଦେଖୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ବିଜେଡ଼ି ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ।</h3>