କେନ୍ଦ୍ରାପଡା,୩୦/୦୪/୨୪: ଆସନ୍ତା କାଲି ଠାରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକ ମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ତିନି ପର୍ଯ୍ୟନ୍ତ ଭିତରକନିକା କୁ ଯାଇ ପାରିବେନି କୌଣସି ପର୍ଯ୍ୟଟକ | ସୂଚନା ଯୋଗ୍ୟ ଯେ କୁମ୍ଭୀର ମାନଙ୍କ ଅଣ୍ଡାଦାନ ନିମନ୍ତେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ୩ ମାସ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ ମା କୁମ୍ଭୀର ମାନେ ନଦୀ , ନାଳ ଏବଂ ଭିତରକନିକା ମଧ୍ୟରେ ଥିବା ପୋଖରୀ କୂଳ ମାନଙ୍କରେ ଅଣ୍ଡା ଦାନ କରିଥାନ୍ତି। ହେନ୍ତାଳ ଓ ଖରଖରି ଗଛର ପତ୍ର ସାହାଯ୍ୟରେ ବସା କରି ତା ମଧ୍ୟରେ ଅଣ୍ଡା ଦିଅନ୍ତି ଏବଂ ସେହି ଅଣ୍ଡାକୁ ୩ ମାସ ପର୍ୟ୍ୟନ୍ତ ଅନ୍ୟ ଜୀବଜନ୍ତୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ସେହି ବସା ନିକଟରେ ରୁହନ୍ତି। ତେଣୁ ସେମାନେ ଏହି ସମୟ ରେ ବହୁତ୍ ହିଂସ୍ର ହୋଇ ଉଠନ୍ତି । ।ତେଣୁ ଏହି ସମୟରେ ପର୍ୟ୍ୟଟକ ମାନଙ୍କ ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ୩ ମାସ ପର୍ୟ୍ୟନ୍ତ ବନ୍ଦ କରାଯାଇଥାଏ।