ପ୍ରକାଶ ପାଇଲା ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ପର୍ୟ୍ୟାୟରେ ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର, ଓ ଢେଙ୍କାନାଳ ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ ତାରିଖରେ ନିର୍ବାଚନ ହେବ । ଏହି ସବୁ ଆସନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ୟ୍ୟନ୍ତ ଚାଲିବ। ତେବେ ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ ଲକ୍ଷ ୪୧ ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଓ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ରହିଛନ୍ତି। ଏହି ପର୍ୟ୍ୟାୟରେ ପ୍ରାୟ ସମସ୍ତ ସିଟରେ ବିଭିନ୍ନ ରାଜନୈତିକ ଦଳର ହେଭିୱେଟ୍ ନେତା ନିର୍ବାଚନ ଲଢ଼ୁଛନ୍ତି ।ସେହିଭଳି ଏପ୍ରିଲ ୨୬ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ’ ୨୦ରେ ଓଡ଼ିଶାରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ହେବ। ସେହିପରି ପ୍ରଥମ ପର୍ୟ୍ୟାୟ ଭୋଟ ମେ’ ୧୩ରେ ହେବାକୁ ଜାଉଛି ।