<h3>ପୁରୀ,୨୯/୦୪/୨୪: ପୁରୀ ସହରରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର। କଥା କଥା କେ ଫୁଟୁଛି ଗୁଳି। ବନ୍ଧୁକ ଦେଖାଇ ଅପରାଧି ମାନେ ବିଭିନ୍ନ ଅପରାଧ କରିଚାଲିଛନ୍ତି। ହେଲେ ଚୋରା ବନ୍ଧୁକ କାରବାର ଉପରେ ପୁରୀ ପୋଲିସ ରୋକ୍ ଲଗାଇବାରେ ବିଫଳ ହୋଇଚି। ଅପରାଧିଙ୍କୁ ପୋଲିସ୍ ଗିରଫ କରି ବନ୍ଧୁକ ଜବତ କରୁଥିବା ବେଳେ ବନ୍ଧୁକ କେଉଁଠାରୁ ଆସୁଚି, କିଏ ଚୋରା ବନ୍ଧୁକ କାରବାର କରୁଚି, ଏହା ପଛରେ କିଏ ଅଛି? ସେ ଦିଗରେ ପୁରୀ ପୋଲିସ୍ ତଦନ୍ତ କରୁନାହିଁ। କାହା ଚାପରେ ପୋଲିସ୍ ପୋଲିସ୍ ଶିଥିଳ ଅଛି ସେ ନେଇ ପ୍ରଶ୍ନ ଉଠିଛି। ତେବେ ଆଗକୁ ସାଧାରଣ ନିର୍ବାଚନ । ଚୋରା ବନ୍ଧୁକ କାରବାର ଉପରେ ପୋଲିସ୍ କଡ଼ା ପଦକ୍ଷେପ ନନେଲେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି। ଏଣୁ ଚୋରା ବନ୍ଧୁକ କାରବାର ଉପରେ ପୁରୀ ପୋଲିସ କଡ଼ା କାର୍ୟ୍ୟନୁଷ୍ଠାନ ନେବା ଉଚିତ୍ ବୋଲି ଆଇନଯିବି ଅନିଲ କୁମାର୍ ସାହୁ କହିଛନ୍ତି। ସେପଟେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ପୁରୀ ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସ୍ଥାନୀୟ ଥାନାରେ ଦେବାକୁ ନିର୍ଦେଶ ଦିଆଯାଇଛି। ତେବେ ପୁରୀ ଏସପି ପିନାକ ମିଶ୍ରଙ୍କ ସୁଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ ୬୬୮ଟି ଲାଇସେନ୍ସ ବନ୍ଧୁକ ରହିଚି। ମୋଟ ୬୬୮ଟି ଲାଇସେନ୍ସ ବନ୍ଧୁକରୁ ୫୬୪ ଟି ଥାନାରେ ଅଛି। ତେବେ ଚୋରା ବନ୍ଧୁକ କାରବାର ଦିଗରେ କାର୍ୟ୍ୟନୁଷ୍ଠାନ ନିଆଯାଉଥିବା ପୁରୀ ଏସପି କହିଛନ୍ତି।</h3>