<h3>ମାହାଙ୍ଗା,୨୭/୦୪/୨୪: ଗାଁ ରାସ୍ତା ର ଅବସ୍ଥା ରହିଛି ବେହାଲ .. ନାଁ ଗାଁ କୁ ଭଲ ରାସ୍ତା ଅଛି ନା ଗାଁକୁ ଆମ୍ବୁଲାନ୍ସ ଆସିପାରିଛି ନା ଦମକଳ ଗାଡ଼ି .... ବର୍ଷା ଦିନ କଥା ନକହିବା ଭଲ | ଏମିତି ଗାଁ ର ବିଭିନ୍ନ ସମସ୍ୟା କୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ ଆଉ .. ହାତରେ ଠେଙ୍ଗାଧରି ରାଜନୈତିକ ଦଳ କୁ ଭୋଟ ଦେବାକୁ ବର୍ଜନ କରିଛନ୍ତି । ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି କରି ନୟାନ୍ତ ହୋଇଗଲେ ବି ସମସ୍ୟାର ସମାଧାନ ହୋଇପାରୁନାହିଁ । ମାହାଙ୍ଗା ବ୍ଲକ୍ କାର୍ୟ୍ୟାଳୟରୁ ଶ୍ରୀକୃଷ୍ଣପୁର ପଞ୍ଚାୟତ ୧ ଓ ୨ ନମ୍ବର ୱାର୍ଡ ଏବଂ ଅଡ଼ମମହେଶପୁର ୫ ନମ୍ବର ୱାର୍ଡର ଦୂରତା ମାତ୍ର ୩୦୦ ମିଟର୍। ହେଲେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ ଓ ପ୍ରଶାସନିକ ଅଧିକାରୀଙ୍କ ପର୍ୟ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳିପାରି ନ ଥିବା ଅଭିଯୋଗ କରିଛନ୍ତି। ବର୍ଷାଦିନେ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଗାଁ ଲୋକେ ନିକଟସ୍ଥ ଗୋବରୀ ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁଁ ସେମାନେ ବିଭିନ୍ନ ପେଟରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର ବଭିନ୍ନ ସ୍ଥାନରେ ଆଲୋକ ବ୍ୟବସ୍ଥା କରାଯାଇଥିଲା ବେଳେ ଏହି ଗ୍ରାମରେ ଠିକ୍ ଭାବେ ଆଲୋକୀକରଣ କରାଯାଇ ନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହିତ କୌଣସି ଦଳର ନେତା ଓ କର୍ମୀଙ୍କୁ ଗାଁ ଭିତରକୁ ପୂରାଇ ଦେବେ ନାହିଁ ବୋଲି ଗାଁ ମୁଣ୍ଡରେ ବ୍ୟାନର୍ ମାରି ଚେତାବନୀ ଦେଇଛନ୍ତି।</h3>