ହରେକୃଷ୍ଣ ମହତାବ ତାଙ୍କ ଗାଁ ମଜଲିସରେ ଲେଖିଥିଲେ ଦୁର୍ନୀତିକୁ ନୀତି କରିଦିଆଯାଉ | ସେ କହିବାକୁ ଚାହୁଁଥିଲେ ଦୁର୍ନୀତିକୁ ସମସ୍ତେ ଗ୍ରହଣ କରି ନିଅନ୍ତୁ |
‘ଦୁର୍ନୀତି ହଟାଅ’ ଏହା ନାମକୁ ମାତ୍ର ଗୋଟେ ସ୍ଲୋଗାନ ନା ଏହାର କାର୍ଯ୍ୟକାରୀ କରଯାଉଛି |
ଦୁର୍ନୀତି ଆଜି ନୀତି ହୋଇଯାଇଛି | ସମାଜର ସବୁ ସ୍ତରରେ ଦୁର୍ନୀତି ପରିବ୍ୟାପ୍ତ | ଲୋକଙ୍କ ମାନସିକ ସ୍ତରରେ ଦୁର୍ନୀତି ଭରି ଯାଇଛି | ଦୁର୍ନୀତିର ପ୍ରତିଫଳନ, ପ୍ରଶାସନରେ, ରାଜନୀତିରେ, ସରକାରରେ ସାଧାରଣ ଜୀବନରେ ସବୁଠି ଦେଖୁବାକୁ ମିଳୁଛି |
ଆମେ ଜାଣିଛେ ପ୍ରଶାସନିକ ଦୁର୍ନୀତି ସହିତ ରାଜନୀତିରେ ଦୁର୍ନୀତିର ଚେର ବହୁତ ଲମ୍ବି ଯାଇଛି |
ଦୁର୍ନୀତି ବିରୋଧରେ ଆମ ସମ୍ବିଧାନରେ ବହୁତ ଆଇନ ଅଛି | ତେବେ ଦୁର୍ନୀତି କରୁଥିବା ଲୋକଙ୍କୁ ଆଇନ ମାଧ୍ୟମରେ ଦଣ୍ଡିତ କରାଯାଇ ପାରୁଛି କି |
ବିଧାୟକ ହୁଅନ୍ତୁ କି ମନ୍ତ୍ରୀ କି କୌଣସି ସରକାରୀ ଅଫିସର ଦୁର୍ନୀତିରେ ନେଇ ଥିବା ପଇସାକୁ ଫେରା ଯାଇ ପାରୁ ନାହିଁ | |
ସବୁ ସରକାରୀ ଅଫିସରେ ଭଲ ମନ୍ଦ ଉଭୟ ଲୋକ ଅଛନ୍ତି | କିଛି ଲୋକ ଦୁର୍ନୀତି ଗ୍ରସ୍ତ ଅଛନ୍ତି | ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତି ଆପେ ଆପେ ପ୍ରବେଶ କରି ନ ଥାଏ ତାକୁ କିଛି ଦୁର୍ନୀତିଲିପ୍ତ ଅଫିସର ବ୍ୟବସ୍ଥା ଭିତରକୁ ପ୍ରବେଶ କରାଇଥାନ୍ତି |
ଯେତେ ଭିଜିଲାନ୍ସ ଅଫିସର ଧରା ପଡ଼ୁଛନ୍ତି ଦୁର୍ନୀତିରେ ତାଙ୍କ ବାପା ମା କି ପରିବାରକୁ ଦେଖିବାକୁ ଦେଖିଲେ କାହାର ବାପା ଚାଷୀଟିଏ କାହାର ମା ଗୃହିଣୀ କାହାର ମା ଶିକ୍ଷୟିତ୍ରୀ କାହାର ମା ଅଙ୍ଗନବାଡ଼ିରେ କାମ କରୁଛନ୍ତି କାହାର ବାପା ନାହାନ୍ତି | କାହାର ବାପା ମାଷ୍ଟର କାହାର ବାପା ଦୋକାନୀ ହୋଇଥିବେ | ସେମାନେ ତାଙ୍କ ପିଲାଙ୍କୁ ଛୋଟ ବେଳୁ ନୈତିକ ଶିକ୍ଷା ଦେଇଥିବେ | ହେଲେ ପିଲାମାନେ ଯେତେବେଳେ ବଡ଼ ହେଉଛନ୍ତି ବାହାରକୁ ଆସି ପାଠ ପଢୁଛନ୍ତି ଚାକିରୀ କରୁଛନ୍ତି ସେତେବେଳେ ସେମାନେ ଦୁର୍ନୀତି ସଂସ୍ପର୍ଶରେ ଆସୁଛନ୍ତି | ଏହାର ପ୍ରମୁଖ କାରଣ ଆଜି କାଲିର ସମାଜ ଚାହୁଁଛି ଉଚ୍ଚ ଭିଳାଷୀ ହେବା ପାଇଁ ତାର ପ୍ରତିଟି କାମନା ପୁରା ହେଉ | ତାର ପ୍ରତିଟି ଆଶା ଆକାଂକ୍ଷା ପୂରଣ ହେଉ |
ଯିଏ ପାଇଖାନା ପାଇବା କଥା ନୁହଁ ସେ ପାଇଖାନା ପାଇଛି | ଯିଏ ଇନ୍ଦିରା ଆବାସ ପାଇବା କଥା ନୁହଁ ସେ ଇନ୍ଦିରା ଆବାସ ପାଇଛି | ଯୋଗ୍ୟ ହିତାଧିକାରୀ ବଦଳରେ କିଛି ଅଯୋଗ୍ୟହିତାଧିକାରୀ ସରକାର ଯୋଜନାର ଲାଭ ନେଉଛନ୍ତି | ଯାହା ଫଳରେ ଯୋଗ୍ୟହିତାଧିକାରୀମାନେ ବିଡ଼ିଓ ଅଫିସ, ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଉଛନ୍ତି |
RTI act 2005 ସେଥିରେ ସରକାରଙ୍କର ଦୁର୍ନୀତି ପଦାକୁ ଆସୁଛି | କେତେକ କ୍ଷେତ୍ରରେ ଦେଖାଦେଇଛି କି ଯେଉଁମାନେ ସରକାରଙ୍କର ଦୁର୍ନୀତି ପଦାକୁ ଆଣିଛନ୍ତି ସେମାନଙ୍କୁ ମାରି ଦିଆଯାଉଛି | ଜଣେ ଦୁର୍ନୀତି କରୁଥିବାର ଦେଖି ତା ବିରୋଧରେ ପିଟିସନ ଦାଖଲ କରାଗଲା ପରେ ଏହା ଅଭିଯୋଗ ଆସେ ମୁଁ ଦୁର୍ନୀତି ପାଇଁ ସ୍ୱର ଉତ୍ତଳନ କରିଥିଲି ହେଲେ କିଛି ଲୋକ ମୋତେ ଆଉ ମୋ ପରିବାରକୁ ଆସି ଧମକ ଦେଉଛନ୍ତି | ଏଠି ଆମେ ଆଉ ଲଢ଼ିବୁ କଣ | ତେବେ କିଛି ଲୋକଙ୍କର ମତାମତ ରହୁଛୁ କି ରାଜନୀତି ହିଁ ଦୁର୍ନୀତିର ମୂଳ କାରଣ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜନୀତିରୁ ଆଗେ ଦୁର୍ନୀତିକୁ ହଟାଇବାକୁ ପଡିବ |
ତେବେ ବୁଦ୍ଧିଜୀବିଙ୍କ କହିବା ମୁତାବକ ଲୋକ ଚରିତ୍ର ଗଠନ କରିବା ଦରକାର | ସମସ୍ତଙ୍କୁ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି | ପିଲା ବେଳୁ ନୈତିକ ଶିକ୍ଷା ଦେବା ଦରକାର |
ପିଲା ବେଳୁ ଯଦି ବାପା ମା ମାନେ ଶିକ୍ଷା ଦିଅନ୍ତି | ଦୁର୍ନୀତି କରନାହିଁ | ଦୁର୍ନୀତି ପାପ | ଦୁର୍ନୀତି କରିଲେ ତାର ପ୍ରତିଫଳ ନିଶ୍ଚିତ ମିଳିବ | ଚୋର ଘର ସବୁବେଳେ ଅନ୍ଧାର ନ ଥାଏ | ଏକଥା ଶିଖେଇଲେ ସମାଜରେ କିଛି ପରିବର୍ତ୍ତନ ଆସିପାରେ | ହେଲେ ପିଲାମାନେ କେତେ ଗ୍ରହଣ କରିବେ ଏଇଟା ସେମାନଙ୍କ ଉପରେ ନିର୍ଭର କରେ |