<h3>୨୦୨୪ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ସମସ୍ତ ରାଜନୈତିକ ଦଳ । ସେହିଭଳି ବିଜେପି ମଧ୍ୟ ନିଜର ପ୍ରଚାର ପ୍ରସାର ଖୁବ ଜୋର ସୋର ଚଲାଇଛି । ବିଜେପି କ୍ରମାଗତ ତୃତୀୟ ଥରଲାଗି ସରକାରକୁ ଆସିବା ପାଇଁ ନିଜର ପ୍ରୟାସ ଜାରିରଖିଥିବା ବେଳେ । ଅବକିବାର ୪୦୦ ପାର, ର ନାରା ଦେଇ ନିର୍ବାଚନି ମୈଦାନକୁ ଓହ୍ଲାଇଛି ବିଜେପି । ତେବେ ଦଳ ଓଡିଶାରେ ତାର ସ୍ଥିତି କିମ୍ବା ଦବଦବା ସେତିକି ଜାହିର କରିପାରିନି । ତେଣୁ ୨୦୧୯ ନିର୍ବାଚନ ଅପେକ୍ଷା ୨୪ ନିର୍ବାଚନରେ ଦଳ କିପରି ନିଜର ଭଲ ପଦର୍ଶନ ଦେଖାଇବ ସେଥିପାଇଁ ନିଜର ଚେଷ୍ଟା ଜାରିରଖିଛି ବିଜେପି । ଖାସକରି ସରକାରରେ ନଥିବା ରାଜ୍ୟ ଗୁଡିକ ଫୋକସରେ ରହିଛି, ବୋଧୂଏ ସେଥିପାଇଁ ଜଣଙ୍କ ପରେ ଜଣେ କେନ୍ଦ୍ରରୁ ବିଜେପିର ବରିଷ୍ଠ ନେତା ଓଡିଶା ଆସୁଛନ୍ତି । ଗୁରୁବାର ଗୃହରାଷ୍ଟମନ୍ତ୍ରୀ ଅମିତ ସାହ ଓଡିଶା ଆସିଥିବା ବେଳେ, ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ତେବେ ନଡ୍ଡାଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି । ଏବେ ଦେଖିବାକୁ ବାକିରହିଲା ସେ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।</h3>