<h3>ଭଡକିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନି ପ୍ରଚାର ବେଳେ ଦେଇଥିବା ମଙ୍ଗଳସୂତ୍ର ବିକ୍ରି ହୋଇଜିବା ବୟାକୁ ନେଇ ଭଡକିଛନ୍ତି ପ୍ରିୟଙ୍କା । କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ଦେବା ପାଇଁ ଲୋକଙ୍କ ସମ୍ପତ୍ତି ଲୁଟ୍ କରିବାକୁ ଯୋଜନା କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଶ୍ନ କରିଛନ୍ତି, ଯେ ଦଳର ୫୦ ବର୍ଷର ଶାସନ କାଳରେ ଏଭଳି ଘଟଣା ଘଟିଛି କି? ମଙ୍ଗଳସୂତ୍ର ବିଷୟରେ କହିବାକୁ ଗଲେ ଯୁଦ୍ଧ ସମୟରେ ତାଙ୍କ ମା’ଙ୍କ ମଙ୍ଗଳସୂତ୍ର ଓ ଜେଜେମା’ଙ୍କ ସୁନା ଦେଶକୁ ଦାନ କରାଯାଇଥିଲା ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଆଜି ବେଙ୍ଗାଲୁରୁରେ ପ୍ରିୟାଙ୍କା ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆଜିକାଲି ଟିଭି ଖୋଲିଲେ ସେମାନେ କ’ଣ ଶୁଣୁଛନ୍ତି ? ସେମାନଙ୍କ କଲ୍ୟାଣ କିମ୍ବା ବିକାଶ ପାଇଁ ଯୋଜନା ନୁହେଁ, ବରଂ ‘ପାଗଳର ପ୍ରଳାପ’ ଓ ବୃଥା ଦାବି ଶୁଣିବାକୁ ମିଳୁଛି । କଂଗ୍ରେସ ଆପଣଙ୍କ ସୁନା ଓ ମଙ୍ଗଳସୂତ୍ର ଛଡ଼ାଇ ନେବାକୁ ଚାହୁଛି । ଦେଶ ୭୦ ବର୍ଷର ସ୍ବାଧିନତା ଭିତରେ, ୫୦ ବର୍ଷ କଂଗ୍ରେସ ଶାସନ କରିଥିଲା । ଏହି ଶାସନରେ ସୁନା କିମ୍ବା ମଙ୍ଗଳସୂତ୍ର କେହି ଲୁଟି ନେଇଛନ୍ତି କି କହି ପ୍ରଶ୍ନ କରିଥିଲେ ପ୍ରିୟଙ୍କା ? ଦେଶର ଯୁଦ୍ଧ କାଳିନ ପରିସ୍ତିତିରେ ଇନ୍ଦିରା ଗାନ୍ଧୀ ଦେଶକୁ ନିଜର ସୁନା ଦେଇଥିଲେ। ଏହି ଦେଶ ପାଇଁ ମୋ ମା’ଙ୍କ ମଙ୍ଗଳସୂତ୍ରକୁ ବି ବଳି ଦିଆଯାଇଥିଲା ବୋଲି ପ୍ରିୟଙ୍କା କହିଛନ୍ତି ।ଖାଲିସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝିଛନ୍ତି କି ବୋଲି କହି, ପ୍ରିୟଙ୍କା ପ୍ରଶ୍ନ ବାଣ ମାରିଛନ୍ତି । ଖାଲି ସେତିକି ନୁହେଁ, ଯେତେବେଳେ ବିମୁଦ୍ରୀକରଣ ହୋଇଥିଲା, ସେତେବେଳେ ସେ ମହିଳାଙ୍କ ସଞ୍ଚୟ ସରକାର ଛଡ଼ାଇ ନେଇଥିଲା ବୋଲି ପ୍ରିୟଙ୍କା ମୋଦୀଙ୍କୁ ପାଲଟା ଜବାବ ଦେଇଛନ୍ତି ।</h3>